ରାଜ୍ୟ

ଓଏଏସ୍ ପରୀକ୍ଷାରେ ବାଜି ମାରିଲେ ତୁରୁମୁଙ୍ଗାର ବିକାଶ ସାହୁ

ପାଟଣା: ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବାସିନ୍ଦା ପ୍ରଦୀପ କୁମାର ସାହୁ ଓ ଇନ୍ଦୁମତି ସାହୁଙ୍କ ପୁଅ ବିକାଶ କୁମାର ସାହୁ ସଫଳତା ପାଇଛନ୍ତି। ସେ ୨୨୨ ରାଙ୍କରେ ରହି ଏହି ସଫଳତା ପାଇଛନ୍ତି। ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ବିକାଶ ୨୦୦୯ରେ ମାଟ୍ରିକ ପାସ କରିଥିଲେ।

ସଂପ୍ରତି ବିକାଶ ଓଏନଜିସିରେ ଜଣେ ଭୂତତ୍ତ୍ଵବିତ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ୨ ଭାଇରେ ଗୋଟିଏ ଭଉଣୀ ଥିବା ପ୍ରଦୀପ କୁମାର ସାହୁଙ୍କ ପରିବାରରେ ବିକାଶଙ୍କ ସଫଳତା ହାସଲ ପାଇଁ ଖୁସିର ଲହରୀ ଖେଳିଯାଇଛି। ବିକାଶଙ୍କ ସଫଳତାରେ ତୁରୁମୁଙ୍ଗା ବାସିନ୍ଦା ତଥା ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିକାଶଙ୍କୁ ନିଜ ନିଜର ଶୁଭେଛା ଜଣାଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button