ରାଜ୍ୟ

ହାର୍ଟ ଆଟାକ୍ ଆସିଲେ ତୁରନ୍ତ ଖାଆନ୍ତୁ ଏହି ଔଷଧ…. – Ibnodisha

[ad_1]

ଭୁବନେଶ୍ୱର: କେବେ ଓ କେଉଁଠି, କେତେବେଳେ କାହାକୁ ହୃଦଘାତ ହେବ ତାହା କହିବା ମୁସ୍କିଲ । କରୋନା ମହାମାରୀ ପରେ ପରେ ଏହା ଅଧିକ ସାଂଘାତିକ ହୋଇଯାଇଛି । ଅଳ୍ପ ବୟସର ଲୋକଙ୍କୁ ବି ହେଉଛି ହାର୍ଟ ଆଟାକ୍ । ଏମିତିକି ସେମାନଙ୍କର ଜୀବନ ବି ଚାଲିଯାଉଛି । ଯାହାଫଳରେ ଡାକ୍ତର ହୁଅନ୍ତୁ କିମ୍ବା ସାଧାରଣ ଜନତା, ହୃଦଘାତର ସଂଖ୍ୟା ବୃଦ୍ଧି ପାଇଁ ସମସ୍ତେ ଚିନ୍ତାରେ । ତେବେ ଏଭଳି ପରିସ୍ଥିତିରେ କାନପୁରର ଏକ ଅନୁଷ୍ଠାନ ଆଶାର କିରଣ ଦେଖାଇଛି । ଏଠାକାର ହୃଦରୋଗ ବିଶେଷଜ୍ଞ ଡକ୍ଟର ନୀରଜ କୁମାର ଏକ କିଟ୍ ପ୍ରସ୍ତୁତ କରିଛନ୍ତି ।

ଏହାର ନାମ ‘ରାମ କିଟ୍‌’ ରଖାଯାଇଛି । ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ଲୋକଙ୍କୁ ହୃଦଘାତ ହୋଇଥାଏ । ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ସମୟ ନାହିଁ । ଜଣେ ହାର୍ଟ ରୋଗୀଙ୍କୁ ହୃଦ୍‌?ଘାତ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯିବା କିମ୍ବା ନିକଟସ୍ଥ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ବେଳକୁ ଖୁବ୍ ବିଳମ୍ବ ହୋଇଯାଇଥାଏ । ଆଉ ଏହି ସମସ୍ୟାର ସମାଧାନ ପାଇଁ ‘ରାମ୍ କିଟ୍‌’ ପ୍ରସ୍ତୁତ କରିଛନ୍ତି ଡାକ୍ତର ନୀରଜ କୁମାର । ହୃଦ୍‌ଘାତର ଶିକାର ହେବା ପରେ ଜଣେ ରୋଗୀଙ୍କୁ ଯେଉଁ ସବୁ ଔଷଧ ଦେବା କଥା ଏହି କିଟ୍‌ରେ ସେହି ସବୁ ଜିନିଷ ରହିଛି ।

ଆଟାକ୍ ଆସିବା ମାତ୍ରେ ଏହି କିଟ୍‌ରେ ଥିବା ଔଷଧକୁ ଯଦି ରୋଗୀଙ୍କୁ ଦିଆଯାଏ ତେବେ ମଣିଷର ଜୀବନ ବଞ୍ଚିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ମୋଟ ତିନୋଟି ଔଷଧ ରାମ କିଟରେ ରଖାଯାଇଛି । ଇକୋସପ୍ରିନ୍‌, ରୋଜୁଭାଷ୍ଟାଟିନ୍ ଏବଂ ସର୍ବିଟ୍ରେଟ୍ । ହୃଦଘାତ ଆସିବା ମାତ୍ର ଯଦି ଏହି ତିନୋଟି ଔଷଧ ରୋଗୀକୁ ଦିଆଯାଏ ତେବେ ତାଙ୍କର ଜୀବନ ରକ୍ଷା ହୋଇପାରିବ । ଡାକ୍ତରଖାନାର ରୋଗୀମାନଙ୍କୁ ଡାକ୍ତରମାନେ ଏହି ଔଷଧ ହିଁ ଦେଇଥାନ୍ତି । ଏହି ଔଷଧକୁ ନିଜ ଘରେ ରଖିବା ପାଇଁ ନୀରଜ କୁମାର ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ଯାହାର ବି ଛାତିରେ ଯନ୍ତ୍ରଣା ହେଉଛି, ସେ ତୁରନ୍ତ ଏହି ଔଷଧ ସେବନ କରିବା ସହ ଡାକ୍ତରଖାନାକୁ ଯାଆନ୍ତୁ ବୋଲି କହିଛନ୍ତି । ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ । ସବୁଠାରୁ ବଡ଼ କଥା ହେଲା ଏହି କିଟ୍‌ର ଦାମ୍ ମାତ୍ର ୫ ରୁ ୭ ଟଙ୍କା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button