ରାଜ୍ୟ

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍, ୪ ମୃତ

ଳେଶ୍ୱର: ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ । ୪ ମୃତ, ୧୬ ଜଣଙ୍କ ଅବସ୍ଥା ସଂକଟାପନ୍ନ, ୨୩ରୁ ଅଧିକ ଯାତ୍ରୀ ଆହତ । କ୍ରିଷ୍ଣା ନାମକ ଘରୋଇ ବସ୍ ୫୭ ଜଣ ଯାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନ୍ଏଚ୍-୧୬ ଚାଲନ୍ତି ବାଇପାସ୍ ଛକ ନିକଟରେ ଦୁର୍ଘଟଣା ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କ୍ରିଷ୍ଣା ନାମକ ଘରୋଇ ବସ୍ ୫୭ ଜଣ ଯାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏନ୍ଏଚ୍-୧୬ ଚାଲନ୍ତି ବାଇପାସ୍ ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟି ପଡିଥିଲା ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button