IBN ଓଡ଼ିଶା ବ୍ୟୁରୋ

କେଉଁମାନେ ନୂଆ ପୋଷାକକୁ ଧୋଇବା ପରେ ହିଁ ପିନ୍ଧିବା ଉଚିତ୍ ? ଜାଣନ୍ତୁ ଏହା ପଛର କାରଣ.

ନୂଆଦିଲ୍ଲୀ ୨୧।୦୮: ନୂଆ ପୋଷାକ ପିନ୍ଧିବା ଅନେକଙ୍କୁ ପସନ୍ଦ । କିଣିକି ଆଣିବା ମାତ୍ରେ ହିଁ ଅନେକ ନ ଧୋଇ ପିନ୍ଧିଦିଅନ୍ତି ପୋଷାକ । କିନ୍ତୁ ଜାଣନ୍ତି କି ଏହା କେତେ କ୍ଷତକାରକ । ଆସନ୍ତୁ ଜାଣିବା… କିଛି ଲୋକଙ୍କୁ ନୂଆ ପୋଷାକକୁ ସବୁବେଳେ ଧୋଇ ପିନ୍ଧିବା ଉଚିତ୍ । ଯଦି ସ୍କିନ୍ ସେନସିଟିଭି ତେବେ ଧୋଇବା ପରେ ହିଁ ନୂଆ ପୋଷାକ ପିନ୍ଧନ୍ତୁ ।

ନଚେତ୍ ଏଥିରେ ଥିବା ଜୀବାଣୁ ଚର୍ମ ସଂକ୍ରମଣର କାରଣ ହୋଇପାରନ୍ତି ।

 

ଏହାବ୍ୟତୀତ ନ ଧୋଇଲେ କପଡା ନରମ ହୁଏନି, ଯାହା ଶରୀରରେ ଦାଗ ହୋଇପାରେ । ପିଲାମାନଙ୍କୁ ସବୁବେଳେ ନୂଆ ପୋଷାକକୁ ଧୋଇବା ପରେ ହିଁ ପିନ୍ଧିବା ଉଚିତ୍ । କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ହୋଇନଥାଏ ।

ନୂଆ ପୋଷାକ ପିନ୍ଧିବା ବ୍ୟାକଟେରିଆ ସଂକ୍ରମଣର କାରଣ ହୋଇପାରନ୍ତି ।

 

ବିଶେଷକରି ନବଜାତ ଶିଶୁଙ୍କୁ ନୂଆ ପୋଷାକକୁ ପିନ୍ଧାଇବା ପୂର୍ବରୁ ଭଲ ଭାବେ ଧୋଇ ସାନିଟାଇଜ୍ କରିବା ପରେ ହିଁ ଏହାକୁ ପିନ୍ଧାଇବା ଉଚିତ୍ । ଏପରି କରିବା ଦ୍ବାରା ସ୍କିନ୍ରେ ଦାଗ ହେବାକୁ ରକ୍ଷା ମିଳିବା ସହ ସଂକ୍ରମଣର ଭୟ ରହିନଥାଏ । ଯେଉଁମାନେ ଅସୁସ୍ଥ ହୋଇଥାନ୍ତି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ।

 

ନୂଆ ପୋଷାକକୁ ଧୋଇ ନ ପିନ୍ଧିଲେ ସ୍ବାସ୍ଥ୍ୟା ସମସ୍ୟା ଅଧିକ ବଢି ଯାଇଥାଏ । ଯେଉଁ ମହିଳାମାନେ ଗର୍ଭବତୀ କିମ୍ବା ପିଲାଙ୍କୁ ସ୍ତନ୍ୟପାନ କରାଉଛନ୍ତି ସେମାନେ ମଧ୍ୟ ନୂଆ ପୋଷାକ ନ ଧୋଇ ପିନ୍ଧିବା ଉଚିତ୍ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button