୨ ରନ୍ରେ ହାରିଲା ପଞ୍ଜାବ; ହାଇଦ୍ରାବାଦର ତୃତୀୟ ବିଜୟ – Ibnodisha

[ad_1]
ଚଣ୍ଡିଗଡ଼: ଚଣ୍ଡିଗଡ଼ର ମଲ୍ଲାନପୁରସ୍ଥିତ ମହାରାଜା ୟାଦବେନ୍ଦ୍ର ସିଂହ ଅନ୍ତର୍ଜାତୟ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨ ରନ୍ରେ ହରାଇ ସନ୍ରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲ୍ରେ ତୃତୀୟ ବିଜୟ ହାସଲ କରିଛି । ଟସ୍ ହାରିଂ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୯ ୱିକେଟ୍ ବିନିମୟରେ ୨୮୨ ରନ୍ କରିଥିବା ବେଳେ ପଞ୍ଜାବ ୬ ୱିକେଟ୍ ହରାଇ ୧୮୦ ରନ୍ କରିବାକୁ ସମର୍ଥ ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ ନୀତୀଶ ରେଡ୍ଡୀ ଆଇପିଏଲ୍ କ୍ୟାରିୟର୍ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭୁବନେଶ୍ୱର କୁମାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଦଖଲ କରିଥିଲେ ।
୧୮୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପ୍ୟାଟ୍ କମିନ୍ସ ପ୍ରଥମ ଝଟ୍କା ଦେଇଥିଲେ । ଦ୍ୱିତୀୟ ଓଭର୍ର ୪ର୍ଥ ବଲ୍ରେ ଖାତା ଖୋଲିବା ପୂର୍ବରୁ ଜନ୍ନି ବେୟାର୍ଙ୍କୁ ସେ ବୋଲ୍ଡ କରିଥିଲେ । ଏହାପରେ ତୃତୀୟ ଓଭର୍ରେ ପ୍ରଭଶିମରନ୍ ସିଂହ (୪) ଏବଂ କ୍ୟାପ୍ଟେନ୍ ଶିଖର ଧୱନ୍ (୧୪)ଙ୍କୁ ଆଉଟ୍ କରି ଭୁବନେଶ୍ୱର କୁମାର ପଞ୍ଜାବକୁ ଡବଲ୍ ଝଟ୍କା ଦେଇଥିଲେ । ସେତେବେଳକୁ ଟିମ୍ର ସ୍କୋର୍ ୩ ୱିକେଟ୍ରେ ୨୦ ରନ୍ ହୋଇଥିଲା । ଟିମ୍ ପାୱାରପ୍ଲେରେ ମାତ୍ର ୨୯ ରନ୍ କରିବାକୁ ସମର୍ଥ ହୋଇଥିଲା । ସିକନ୍ଦର ରାଜାଙ୍କ ସହିତ ଇନିଂସ୍ ସମ୍ଭାଳିଥିବା ସାମ କୁମରାନ୍ (୨୯)ଙ୍କୁ କମିନ୍ସଙ୍କ ହାତରେ କ୍ୟାଚ୍ କରାଇ ଟି. ନଟରାଜନ୍ ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ ।
ଏହାପରେ ଜିତେଶ ଶର୍ମା ୧୯ ରନ୍ କରିବା ପରେ ନୀତୀଶ ରେଡ୍ଡୀଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସ୍କୋର୍ ୧୧୪/୬ରୁ ଶଶାଙ୍କ ସିଂହ ଓ ଆଶୁତୋଷ ଶର୍ମା ଦ୍ରୁତ ବ୍ୟାଟିଂ କର ୫୬ ରନ୍ର ଅବିଭାଜିତ ଭାଗୀଦାରି କରିଥିଲେ ମଧ୍ୟ ଟିମ୍କୁ ବିଜୟ ଦେଇପାରି ନଥିଲେ । ଶେଷ ଓଭର୍ରେ ପଞ୍ଜାବକୁ ୨୯ ରନ୍ ଆବଶ୍ୟକ ଥିବାବେଳେ ଉଭୟ ତିନିଟି ଛକା ସହାୟତାରେ ୨୬ ରନ୍ କରିଥିଲେ । ଶଶାଙ୍କ ୨୫ ବଲ୍ରୁ ୬ ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ଏବଂ ଆଶୁତୋଷ ୧୧ ବଲ୍ରୁ ୩ ଚୌକା ଓ ଦୁଇ ଛକା ବଳରେ ୩୩ ରନ୍ କରି ଅପରାଜିତ ରହିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ କମିନ୍ସ, ନଟରାଜନ୍, ନୀତୀଶ ଏବଂ ଉନାଦ୍କତ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଟସ୍ ଜିତି ପଞ୍ଜାବ କିଙ୍ଗ୍ସ କ୍ୟାପ୍ଟେନ୍ ଶିଖର ଧୱନ୍ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏସ୍)ର ଆରମ୍ଭ ବହୁତ ଖରାପ ଥିଲା । ଟିମ୍ ୩୯ ରନ୍ରେ ହିଁ ୩ଟି ୱିକେଟ୍ ହରାଇଥିଲା । ଏହାପରେ ନୀତୀଶ କୁମାର ରେଡ୍ଡୀ ୩୨ ରନ୍ରେ ଅର୍ଦ୍ଧଶତକ ହାସଲ କରି ଟିମ୍କୁ ସମ୍ଭାଳିଥିଲେ । ସେ ୩୭ ବଲ୍ରେ ସର୍ବାଧିକ ୬୪ ରନ୍ର ଇନିଂସ୍ ଖେଳିଥିଲେ । ସେହିପରି ଅବ୍ଦୁଲ୍ ସମଦ ୧୨ ବଲ୍ରେ ୨୫ ରନ୍ କରିଥିଲେ । ନୀତୀଶ ଓ ଅବ୍ଦୁଲ୍ ୬ଷ୍ଠ ୱିକେଟ୍ ପାଇଁ ୫୦ ରନ୍ର ଭାଗୀଦାରି କରି ଟିମ୍କୁ ୯ ୱିକେଟ୍ରେ ୧୮୨ ରନ୍ର ବଡ଼ ସ୍କୋର୍ରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ୍ ହେଡ୍ ୨୧, ଅଭିଷେକ ଶର୍ମା ୧୬ ରନ୍ କରିଥିବା ବେଳେ ଏଦେନ୍ ମାର୍କରମ୍ ଖାତା ଖୋଲିପାରି ନଥିଲେ । ରାହୁଲ ତ୍ରିପାଠୀ ୧୧ ଏବଂ ହେନ୍ରିକ୍ କ୍ଲାସେନ୍ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଶାହବାଜ୍ ଅହମଦ ୧୪ ରନ୍ କରି ଅପରାଜିତ ରହିଥିଲେ । ତେବେ ଏହା ମଧ୍ୟରେ ପଞ୍ଜାବ ଟିମ୍ର ଫାଷ୍ଟ୍ ବୋଲର୍ ଅର୍ଶଦୀପ ସିଂହ ପୂରା ମ୍ୟାଚ୍ରେ ଛାଇ ରହିଥିଲେ । ସେ ୨୯ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ହର୍ଷଲ୍ ପଟେଲ୍ ଓ ସାମ୍ କରନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡାଙ୍କୁ ଗୋଟିଏ ସଫଳତା ମିଳିଥିଲା ।
[ad_2]