ଖେଳ

ଟିମ୍‌ ଇଣ୍ଡିଆର ଫେମସ୍‌ କ୍ରିକେଟର, ଜାଣନ୍ତୁ ଏମାନଙ୍କ ମନ ପସନ୍ଦର ଖାଦ୍ୟ ବିଷୟରେ…

ନୂଆଦିଲ୍ଲୀ ୩୦।୦୮: ଟିମ୍ ଇଣ୍ଡିଆ କ୍ରିକେଟର । ସବୁବେଳେ କିଛି ନା କିଛି କାରଣରୁ ରହିଥାନ୍ତି ଚର୍ଚ୍ଚାରେ । ଖାସ୍ କରି ସେମାନଙ୍କ ଲାଇଫଷ୍ଟାଇଲ୍କୁ ନେଇ । ଜାଣନ୍ତି କି ଟିମ୍ ଇଣ୍ଡିଆର ୧୦ ଫେମସ୍ କ୍ରିକେଟରଙ୍କ ପସନ୍ଦର ଖାଦ୍ୟ ବିଷୟରେ । ଆସନ୍ତୁ ଜାଣିବା…

ଲିଷ୍ଟର ପ୍ରଥମରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ।

ସେ ବହୁତ ଖାଇବା ସୌକୀନ ଅଟନ୍ତି । କ୍ୟାପଟେନ କୁଲଙ୍କୁ ଚିକେନ ବଟର ମସଲା ବହୁତ ପସନ୍ଦ । ଏହାପଛକୁ ଅଛନ୍ତି ବିଶ୍ବର ୧ନଂ କ୍ରିକେଟର ବିରାଟ କୋହଲି । କିଙ୍ଗ କୋହଲିଙ୍କୁ ସୁଶି, ଆଳୁ ପରଠା, ଛୋଲେ ଭଟୁରେ ଏବଂ ଚିକେନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବହୁତ ପସନ୍ଦ ।

ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା । ହିଟମ୍ୟାନ୍ଙ୍କ ପସନ୍ଦର ଖାଦ୍ୟ ହେଉଛି ବଡାପାଓ ଏବଂ ପାଓ ଭାଜି । ଟିମ୍ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମୀ । ତାଙ୍କୁ ବିରିୟାନୀ ଖାଇବା ବହୁତ ପସନ୍ଦ ।

ଟିମ୍ ଇଣ୍ଡିଆର ଯୁବ ଓ୍ବିକେଟକିପର ବ୍ୟାଟର ଋଷଭ ପନ୍ତ । ତାଙ୍କର ଫେବରେଟ୍ ଫୁଟ୍ ହେଉଛି ଛୋଲେ ଭଟୁରେ, ଆଳୁ ପରଟା । ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କୁ ଖେଚାଡି, କାବୁଲି ପୁଲାଓ ଏବଂ ଆଫାଗାନୀ ବୋଲାନୀ କଚାଲୁ ବହୁତ ପସନ୍ଦ ।

ଜସପ୍ରୀତ ବୁମରାଙ୍କୁ ଗୁଜୁରାଟୀ ଡିସ୍ ଢୋକଲା ବହୁତ ପସନ୍ଦ । ସେତେବେଳେ ବି ମୌକା ମିଳେ ସେ ଢୋକଲା ହିଁ ଖାଇଥାନ୍ତି । ଲେଗ ସ୍ପିନର ୟଜୁବେନ୍ଦ୍ର ଚହଲ । ତାଙ୍କୁ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ । ପ୍ଲେୟରଙ୍କ ଫେବରେଟ୍ ଫୁଡ ହେଉଛି ଗୁପଚୁପ, ଚାଟ, ଛୋଲେ-କୁଲଚେ ।

ଟିମ୍ ଇଣ୍ଡିଆର ମିଷ୍ଟର ୩୬୦ ସୂର୍ଯ୍ୟକୁମାର ଯାଦବ । ତାଙ୍କର ଅଲ୍ ଟାଇମ୍ ଫେବେରେଟ୍ ଫୁଡ୍ ହେଉଛି ବିରିୟାନୀ । ଏହାପଛକୁ ରହିଛନ୍ତି ଶିଖର ଧଓ୍ବାନ । ତାଙ୍କୁ ଆଳୁ ପରଟା ଖାଇବା ବହୁତ ପସନ୍ଦ । କିନ୍ତୁ ସେ ଓ୍ବିକେଣ୍ଡରେ ଭାତ-ଡାଲି ଖାଇବାକୁ କେବେବି ଭୁଲନ୍ତିନି ।

Related Articles

Leave a Reply

Your email address will not be published. Required fields are marked *

Back to top button