ରାଜ୍ୟ
ନୂଆଖାଇ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସେପ୍ଟେମ୍ବର ୯ ତାରିଖ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପ୍ଟମ୍ବର ୮ ତାରିଖ ନୁଆଖାଇ ପଡୁଛି । ଏନେଇ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରବିବାର ଦିନ ଛୁଟି ଦିନରେ ନୂଆଖାଇ ପଡୁଥିବା ହେତୁ ୯ ତାରିଖ ସୋମବାର ମଧ୍ୟ ଛୁଟି ରହିବ । ମାଜିଷ୍ଟେରିଆଲ କୋର୍ଟ ସହ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।