ରାଜ୍ୟ

ସୁବର୍ଣ୍ଣରେଖା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସ୍ତା: ବାଲେଶ୍ବର ଜିଲ୍ଲା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ କାଣ୍ଡଗାଁ ନିକଟ ସୁବର୍ଣ୍ଣରେଖା ନଦୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଆଜି ସକାଳ ସମୟରେ ଯୁବକଜଣକ ସୁବର୍ଣ୍ଣରେଖା ନଦୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖି ସିଂଲା ଥାନାକୁ ଖବର ଦେଇଥିଲେ। ପରେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।

ତେବେ ଯୁବକ ବନ୍ୟାରେ ଭାସି ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗିଛନ୍ତି, ତାହାର ତଦନ୍ତ ଚଳାଇଛି ପୁଲିସ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button