IBN ଓଡ଼ିଶା ବ୍ୟୁରୋ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶବ୍ୟାପୀ ପ୍ରତିବାଦ, କାମ ଛାଡି ଧାରଣାରେ ବସିଛନ୍ତି ଶହଶହ ଡାକ୍ତର

ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶସାରା ଡାକ୍ତରଙ୍କ ପ୍ରତିବାଦ। ଘରୋଇ, ଆବାସିକ ହସ୍ପିଟାଲର ଶହଶହ ଡାକ୍ତର କାମ ଛାଡି ଧାରଣାରେ ବସିଛନ୍ତି । ଗତ ସପ୍ତାହରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ବିରୋଧ କରାଯାଉଛି । ସୋମବାର ସାରା ଦେଶରେ ବନ୍ଦ ଡାକରା ଦେଇଥିଲା ଜୁନିୟର ଡାକ୍ତର ସଂଘ ।

ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଣ୍ଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଧାରଣାରେ ବସିଥିବା ଡାକ୍ତରମାନେ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ଏହାସହ ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯିବା ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେମାନେ ଦାବି କରୁଛନ୍ତି।

ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । ରବିବାର ସୁଦ୍ଧା ରାଜ୍ୟ ପୁଲିସ ମାମଲାର ତଦନ୍ତ ନ ସାରିଲେ ସିବିଆଇକୁ ତଦନ୍ତ ଭାର ଦିଆଯିବ ବୋଲି ମମତା ଘୋଷଣା କରିଛନ୍ତି । ମାମଲାରେ କୋଲକାତାର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି। କଲେଜ ସୁପରିଟେଣ୍ଡଙ୍କୁ ହଟାଇ ଦିଆଯାଇଛି । ଏହି ମାମଲାରେ ଜେରା ପାଇଁ ୩ ଜଣ ଡାକ୍ତରଙ୍କୁ ସମନ ମଧ୍ୟ ପଠାଇଛି କୋଲାକାତା ପୁଲିସ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button