ରାଜ୍ୟ

ବର୍ଷକ ପରେ ଧରାପଡ଼ିଲା ଫେରାର ନାବାଳିକା ଅପହରଣ ଅଭିଯୁକ୍ତ

ଭୁବନେଶ୍ବର: ବର୍ଷକ ପରେ ଧରା ପଡ଼ିଲା ଫେରାର ନାବାଳିକା ଅପହରଣ ଅଭିଯୁକ୍ତ। ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ଗତବର୍ଷ ଅଗଷ୍ଟ ମାସରେ ଓଲ୍ଡଟାଉନ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲା। ଏନେଇ ଥାନାରେ ଅପହରଣ ଅଭିଯୋଗ କରିଥିଲେ ପରିବାର ଲୋକେ। ଘଟଣାର ତଦନ୍ତ କରି ଲିଙ୍ଗରାଜ ଥାନା ପୁଲିସ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କାଳିଆ ବେହେରାକୁ ଗିରଫ କରିଥିଲା।ତେବେ ପୁଲିସ ହେପାଜତରେ ଥିବା ବେଳେ ପାଣି ପିଇବା ନାଁରେ ପୁଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଯାଇଥିଲା। ତେବେ ସୋମବାର କାଳିଆ ଘରକୁ ଆସୁଥିବାର ଖବର ପାଇଥିଲା ଲିଙ୍ଗରାଜ ଥାନା ପୁଲିସ। ଆଉ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ତାକୁ ଗିରଫ କରିଥିଲା ପୁଲିସ।

Related Articles

Leave a Reply

Your email address will not be published. Required fields are marked *

Back to top button