ପଡ଼ୋଶୀ ରାଜ୍ୟକୁ ନିଳଗିରୀକାଠ ଚଳାଣ ବନ୍ଦ ନହେଲେ ୨ କାଗଜକଳ ହେବ ବନ୍ଦ: କାଠ ଭେଣ୍ଡର ସଂଘ – Ibnodisha
[ad_1]
ଜୟପୁର: ପଡ଼ୋଶୀ ରାଜ୍ୟଗୁଡିକୁ ବ୍ୟାପକ ଭାବେ ନିଳଗିରୀ କାଠ ଚାଳାଣ ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିନକୁ ଦିନ ନିଳଗିରୀ କାଠ କମିବାରେ ଲାଗିଛି। ଏହା ବନ୍ଦ ନ ହେଲେ ଆଗାମୀ ଦିନରେ ୨ କାଗଜ କଳ ବନ୍ଦ ହୋଇଯିବ ବୋଲି ଜେକେ ପେପରମିଲ୍ କାଠ ଭେଣ୍ଡର ସଂଘ ଓ ସେବା କାଗଜକଳ କାଠ ଭେଣ୍ଡର ସଂଘ ପକ୍ଷରୁ ମିଳିତ ଭାବେ ସୂଚନା ଦିଆଯାଇଛି। ଉଭୟ ସଂଘର ମିଳିତ ବୈଠକ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ୟାକୁ ଦୁର କରିବା ପାଇଁ ରାଜ୍ୟ ସରକାର , ସ୍ଥାନୀୟ ପ୍ରଶାସନ ଆଦି ହସ୍ତକ୍ଷେପ ନ କଲେ ଏହା ବନ୍ଦ ହେବ ନାର୍ହି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ରାଜ୍ୟସରକାର , ଜିଲ୍ଲାପ୍ରଶାସନ, ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ କରିବାକୁ ଅନୁରୋଧ କରିବୁ ବୋଲି ଉଭୟ ଜିଲ୍ଲାର ଭେଣ୍ଡର ମାନେ କହିଛନ୍ତି। ପଡୋଶୀ ରାଜ୍ୟର ଦଲାଲ, ମଧ୍ୟସ୍ଥ ମାନେ ଏଠାରେ କାଠ ଛୋଫା ଛଡ଼ା ମେସିନ୍ ପକାଇ କାଠ ନେଇଗଲେ ଆମର ଦୁଇଟି ଯାକ କାଗଜକଳ ଧିରେ ଧିରେ ବନ୍ଦ ହୋଇଯିବ। ବହୁ କଷ୍ଠରେ ସଂପ୍ରତି ଆରମ୍ଭ ହୋଇଥିବା ନବରଙ୍ଗକୁର ଜିଲ୍ଲାର ମଙ୍ଗଳମ ଟିମ୍ବର୍ସ ମଧ୍ୟ କଂଚାମାଲ ଅଭାବରୁ ବନ୍ଦ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଭେଣ୍ଡର ମାନେ କହିଛନ୍ତି।
ଗତ ଜୁଲାଇ ୧୬ରୁ କଂଚାମାଲ କାଠ ଅଭାବରୁ କାଗଜକଳ ବନ୍ଦ ରହିଛି। କାଗଜକଳ କର୍ତ୍ତୃପକ୍ଷ ଏହାରି ମଧ୍ୟରେ ବକେୟା ୪କୋଟି ୮୦ଲକ୍ଷର ୬୦ପ୍ରତିଶତ ଟଙ୍କା ଭେଣ୍ଡରଙ୍କୁ ଦେଇଥିଲେ। କାଗଜକଳ କର୍ତ୍ତୃପକ୍ଷ ୩ହଜାର ୫୦୦ମେଟ୍ରୀକ ଟନ୍ କାଠ ଯୋଗାଇବାକୁ କହିଥିବା ବେଳେ ୨ହଜାର ମେଟ୍ରୀକ ଟନ୍ ବହୁ କଷ୍ଠରେ ଭେଣ୍ଡର ମାନେ ଯୋଗାଇଥିବା କହିଛନ୍ତି। ଏହି ସ୍ଥିତି ଏଭଳି ଲାଗି ରହିଲେ ପ୍ରଥମେ ଆରମ୍ଭ ହୋଇନଥିବା ସେବା କାଗଜ କଳ ଆରମ୍ଭ ହେବା ସମ୍ଭାବନା କମ୍। ସେଭଳି ଜେକେ ପେପର ଯଦିଓ ଚାଳୁଥିଲେ ହେଁ ଧିରେ ଧିରେ କଂଚାମାଲ ସରିବା ପରେ ଆଉ ଚାଷୀଙ୍କ ନିକଟରେ ନିଳଗିରୀ ଉତ୍ପାଦନ ନଥିବାରୁ ଏହା ବି ବନ୍ଦ ହୋଇଯିବ। ଏହି ଦୁଇଟି କାଗଜକଳକୁ କଂଚାମାଲ ମିଳିବ ନାହିଁ ଏବଂ ଧିରେ ଧିରେ ଏହି ଦୁଇଟି ବନ୍ଦ ହୋଇ ଯିବ ବୋଲି ଏମାନେ କହିଛନ୍ତି । ଥରେ କଳ ବନ୍ଦ ହେଲେ ପୁର୍ନବାର ଆରମ୍ଭ ହେବା ବହୁତ ମୁସ୍କିଲ। ଏବଂ ଭେଣ୍ଡର ମାନଙ୍କ କୋଟି କୋଟି ଟଙ୍କାର ବକେୟା ବି ବଢ଼ିବା ସହ ଆଉ ମିଳିବ ନାହିଁ। ରାଜ୍ୟର ପଛୁଆ ଅଂଚଳର ତିନୋଟି ଜିଲ୍ଲାର ଏହି ତିନୋଟି ଯାକ ଶିଳ୍ପ ଚାଳିବା ମୁସ୍କିଲ ହୋଇଯିବ।
[ad_2]