ରାଜ୍ୟ

ମାଟି ତଳୁ ମିଳିଲା ୩୮ ଲକ୍ଷ ଟଙ୍କା; କିଲ ପୋତିଥିଲା?

ମାଟି ତଳେ ପୋତା ଯାଇଥିଲା ୩୮ ଲକ୍ଷ ଟଙ୍କା। ଗାତ ଖୋଳି ସେହି ଟଙ୍କାକୁ ଜବତ କରିଛି ସିଆର୍ପିଏଫ୍ ଯବାନ ଓ ଛତିଶଗଡ଼ ପୁଲିସ୍। ଏଥିସହ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି। ନକ୍ସଲମାନେ ସେହି ଟଙ୍କା ଓ ମାରଣାସ୍ତ୍ର ପୋତି ରଖିଥିବା ଜଣାପଡ଼ିଛି।

ଛତିଶଗଡର ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିଲା। ଏ ସମ୍ପର୍କରେ ଜାଣିପାରି ସିଆର୍ପିଏଫ୍ ଯବାନ ଓ ଛତିଶଗଡ଼ ପୁଲିସ୍ ମିଳିତ ଭାବେ ସର୍ଚ୍ଚ ଅପରେସନ୍ କରିଥିଲେ।

ସେହି ସମୟରେ ମେଟାଲ୍ ଡିଟେକ୍ଟରରେ ସିଗ୍ନାଲ୍ ଦେଖାଇଥିଲା। ତା’ପରେ ସେଠାରେ ଆରମ୍ଭ ହୋଇଥିଲା ଖୋଲା ଖୋଳି। ପ୍ରାୟ ୧୦ ଫୁଟ୍ ଗାତ ଖୋଳିବା ପରେ ମିଳିଥିଲା ପ୍ରାୟ ୩୮ ଲକ୍ଷ ଟଙ୍କା ଓ ମାରଣାସ୍ତ୍ର। ଟଙ୍କା ଓ ମାରଣାସ୍ତ୍ର ଗୁଡ଼ିକୁ ଜରିରେ ଗୋଡ଼ାଯାଇ ପୋତା ଯାଇଥିଲା। ନଷ୍ଟ ନହେବା ପାଇଁ ନକ୍ସଲମାନେ ଜରି ଗୋଡ଼ାଇ ପୋତିଥିଲେ।

ଜବତ ହୋଇଥିବା ଟଙ୍କା ଧନନ୍ତରୀ-ଗରିଆବନ୍ଦ-ନୂଆପଡା ଡିଭିଜନର ଓଡ଼ିଶା ରାଜ୍ୟ କମିଟିର ନକ୍ସଲମାନେ ଲୁଚାଇ ରଖିଥିବା ଜଣାପଡ଼ିଛି। ଯେଉଁଥିରେ ରହିଛି ୬ ବଣ୍ଡଲ୍ ୨୦୦୦ ଟଙ୍କିଆ ପୁରୁଣା ନୋଟ, ୫୨ଟି ନୂଆ ୫୦୦ ଟଙ୍କିଆ ନୋଟ ବଣ୍ଡଲ ରହିଛି। ଏଥିସହ ୨୩ଟି ବିଜିଏଲ୍, ୨ଟି ଟିଫିନ୍ ବୋମା, ୧୩ଟି ଡିଟୋନେଟର, ଗୋଟିଏ ବଣ୍ଡଲ ଫ୍ୟୁଜ ତାର, ଦୁଇ କିଲୋ ଖୋଲା ବାରୁଦ, ସେନ୍ସର ରିମୋଟ, ବିଦ୍ୟୁତ ତାର, ନକ୍ସଲ ପୋଷାକ, କଳା ପୋଷାକ ସହ ବୋମା ତିଆରି ସାମଗ୍ରୀ ଜବତ କରାଯାଇଛି। ଜବତ ଟଙ୍କା ନକ୍ସଲମାନେ ଧମକଚମକ ଦେଇ ଆଦାୟ କରିଥିଲେ। ପରବର୍ତ୍ତୀ ସମୟରେ ନିଜ ସଙ୍ଗଠନ ପାଇଁ ସେହି ଟଙ୍କା ଖର୍ଚ୍ଚ କରିବାକୁ ମାଟି ତଳେ ପୋତି ରଖିଥିବା ଚର୍ଚ୍ଚା ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button