IBN ଓଡ଼ିଶା ବ୍ୟୁରୋ

ଏହି କାରଣରୁ କନ‌ଷ୍ଟେବଳ ସ୍ତ୍ରୀଙ୍କ ଜୀବନ ନେଇ ନିଜେ ଜୀବନ ହାରିଦେଲେ ସ୍ବାମୀ

ନୂଆଦିଲ୍ଲୀ: ବିହାରର ଭାଗଲପୁର ପୁଲିସ ଲାଇନରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ କନଷ୍ଟେବଳ ସ୍ତ୍ରୀଙ୍କ ସମେତ ତାଙ୍କ ମା’ ଓ ଝିଅଙ୍କ ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଛନ୍ତି।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଡିଆଇଜି, ଏସଏସପି, ସିଟି ଏସପି, ଡିଏସପି, ଡିଏସପିଙ୍କ ସମେତ ଅନେକ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛନ୍ତି।

ମୃତ କନ‌ଷ୍ଟେବଳଙ୍କ ନାମ ନିତୁ କୁମାରୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କନ‌ଷ୍ଟେବଳ ନିତୁ କୁମାରୀ ବକ୍ସର ଝିଅ ଥିବା ବେଳେ ତାଙ୍କ ସ୍ବାମୀ ପଙ୍କଜ କୁମାର ଆରା ଜିଲ୍ଲାରେ ବସବାସ କରୁଥିଲେ। ଦୁ‌ହେଁ କିଛି ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ନୀତୁ ପୂର୍ବରୁ ନବଗଚ୍ଛିଆରେ ନିୟୋଜିତ ଥିଲେ। ଦୁଇବର୍ଷ ହେବ ତାଙ୍କ ବଦଳି ହୋଇଛି। ନୀତୁଙ୍କୁ ମିଳିଥିବା ତାଙ୍କ ସରକାରୀ ଘରେ ତାଙ୍କ ସ୍ବାମୀ ପଙ୍କଜ, ଶାଶୁ ମା’ ଓ ଦୁଇଜଣ ସନ୍ତାନ ବସବାସ କରନ୍ତି।

ପଡ଼ିଶାଲୋକଙ୍କ କହିବାନୁସାରେ, ନିତୁ ଓ ପଙ୍କଜଙ୍କ ମଧ୍ୟରେ ଅନେକ ଦିନ ହେବ ବିବ‌ାଦ ଲାଗି ରହିଛି। ଏମିତି କି ଅନେକ ସମୟରେ ପଙ୍କଜ ନିତୁଙ୍କୁ ମାଡ଼ ବି ମାରି ଥାଆନ୍ତି। ପଙ୍କଜଙ୍କ ପାଇଁ ନିତୁ କାହା ସହିତ ବେଶୀ ମିଳାମିଶା କରନ୍ତି ନାହିଁ। ସେ ସବୁବେଳେ ନିଜ ଡିୟୁଟି ଓ ଘର କାମରେ ବ୍ୟସ୍ତ ଥାଆନ୍ତି। ତେ‌ବେ ପଙ୍ଗଜ ଏମିତି ଏକ ପଦକ୍ଷେପ ନେଇ ଯି‌ବେ ବୋଲି କେହି ବିଶ୍ବାସ କରି ପାରୁ ନାହାନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button