IBN ଓଡ଼ିଶା ବ୍ୟୁରୋ
ଶିବସେନା ନେତା ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରାଯାଇଛି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ଏକ ମାନହାନି ମୋକଦ୍ଦମା କରିଥିଲେ। ଶୌଚାଳୟ ନିର୍ମାଣରେ ୧୦୦ କୋଟିର ଦୁର୍ନୀତି ହୋଇଥିବା କହିଥିଲେ ସଞ୍ଜୟ।