ରାଜ୍ୟ
ଆକ୍ସନ ମୋଡ୍ରେ ଅବକାରୀ ବିଭାଗ; ବିଦେଶୀ ମଦ ବାର୍ ଉପରେ ରେଡ୍, ୪ ଗିରଫ

ସାଲେପୁର, ୨୬।୯: ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ଆକ୍ସନ ମୋଡ୍ରେ ସାଲେପୁର ଅବକାରୀ ବିଭାଗ । ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ୧୦ ଜଣିଆ ଟିମ୍ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଦେଶୀ ମଦ ବାର ଉପରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।
ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି । ଏଥିସହ ଭଦ୍ରେଶ୍ୱର୍ ଥାନା ଅଧୀନ ବାର ମାଲିକ ଘର ନିକଟ ଗୋତରା ପ୍ରହରାଜପୁରରୁ ଦୁଇଟି ପିକଅପ୍ ଭ୍ୟାନରେ ଅପମିଶ୍ରିତ ମଦ ଜବତକରି ସାଲେପୁର ଅବକାରୀ ଥାନାକୁ ନେଇଥିବା ଜଣାପଡ଼ିଛି ।