ରାଜ୍ୟ

ଅକ୍ଟୋବର ୨ରୁ ବିଜେଡି ଆରମ୍ଭ କରିବ ସଦସ୍ୟତା ଅଭିଯାନ

ଭୁବନେଶ୍ବର: ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୨ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ।

ସୁଭାଶିଷ କହିଛନ୍ତି, ଆଜି ବି ଲୋକେ ନବୀନଙ୍କ ଉପରେ ଆଶା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଛନ୍ତି ।

ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ ସଦସ୍ୟ ଗ୍ରହଣ କରିବେ, ଆଶା ଅଛି ଯେ ସେମାନେ ନବୀନ ବାବୁଙ୍କ ଉପରେ ଥିବା ଭଲ ପାଇବା ଯୋଗୁଁ ବିଜେଡିରେ ସାମିଲ ହେବେ । ଲୋକେ ଜାଣିଲେଣି ନୂଆ ସରକାର ବିଫଳ । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସଦସ୍ୟତା ବଢିବ।

Related Articles

Leave a Reply

Your email address will not be published. Required fields are marked *

Back to top button