ରାଜ୍ୟ

ବସ୍‌କୁ ପଛରୁ ଧକ୍କା ଦେଇଛି ହାଇଓ୍ୱା: ୧୭ ଆହତ – Ibnodisha

[ad_1]

ଖୋର୍ଦ୍ଧା : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ଧକ୍କା ଦେଇଛି ହାଇଓ୍ୱା। ଆଜି ସକାଳ ପ୍ରାୟ ୬ଟା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ାରୁ ପୁରୀକୁ ୪୨ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଆସୁଥିଲା। ବସଟି ଗଡ ଖୋର୍ଦ୍ଧା ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ହାଇୱେ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ବସରେ ଥିବା ୧୭ଜଣ ଯାତ୍ରୀ ଆହତ ହୋଇଥିଲେ।

ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଯାତ୍ରୀମାନଙ୍କୁ ପୁରୀ ପଠାଇଦିଆଯାଇଥିବା ଜଣାଯାଇଛି। ସମସ୍ତ ଯାତ୍ରୀମାନେ ସୁସ୍ଥ ଅଛନ୍ତି। ପୁଲିସ ବସ ଏବଂ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button