ରାଜ୍ୟ

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ । ସେଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ମନ୍ଦିରରେ ଧାନ ପହଞ୍ଚିବା ପରେ ମନ୍ଦିରରେ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯିବା କାର୍ଯ୍ୟକ୍ରମ ରହିଛି ।

ପରେ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ଚାଉଳ ସଂଗ୍ରହ କରିବା ସହିତ ସେଥୁରୁ ନବାନ୍ନ ପ୍ରସ୍ତୁତ କରିବେ ।

ଆସନ୍ତା ୮ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ନିକଟ ରେ ନବାନ୍ନ ଲାଗି ହେବ । ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ ।

ଓଡିଶାର ଅବିଭକ୍ତ ଜିଲ୍ଲା କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ ଅନେକ ଅଞ୍ଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ନୂଆଖାଇ ପର୍ବ ପାଳନ କରାଯାଇଥାଏ ।

ଏହା ହେଉଛି ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବ ପାଇଁ ମଧ୍ୟ ତିଥି, ବାର ନକ୍ଷତ୍ର ଦେଖାଯାଇଥାଏ ପାଳନ ପୂର୍ବରୁ । ବିଶେଷ କରି ପଶ୍ଚିମ ଓଡିଶାର ଏହା ହେଉଛି ଏକ ଗଣ ପର୍ବ । ପ୍ରତିବର୍ଷ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ନୂଆଁଖାଇ ପର୍ବର ଠିକ ପୂର୍ବ ଓ ପର ଦିନ ପାଇଁ ଯେଉଁ ଲୋକ ବିଶ୍ୱାସ ରହିଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ତେବେ ଯେପରି ଓଡ଼ିଶାର ପଶ୍ଚିମ ଓଡିଶା ବାସୀଙ୍କର ମୁଖ୍ୟ ଜୀବିକା ହେଉଛି କୃଷିକାର୍ଯ୍ୟ । ସେହି କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳନ ହୋଇ ଆସୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button