ରାଜ୍ୟ

ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲଡ ଏରିଆ(ପେଶା) ଆଇନ ୧୯୯୬ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ତେବେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରପଞ୍ଚଙ୍କ କ୍ଷମତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସରକାର ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରି ବର୍ଷିଛନ୍ତି ।

ଯାହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। କୋଭିଡ ସମୟରେ ପୂର୍ବ ନବୀନ ସରକାର ଜିଲ୍ଲାପାଳ କ୍ଷମତା ଦେଇଥିଲେ। ହେଲେ ପରେ ନବୀନ ସରକାରରେ ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରି ତାହା ପ୍ରତ୍ୟାବର୍ତ୍ତନ କରି ନେଇଥିଲେ । ତାଙ୍କୁ ତାଙ୍କ ଅଧିକାର ବି ଦିଆ ଯାଉନଥିଲା। କିନ୍ତୁ ଏ ମୋହନ ସରକାରରେ ଲୋକ ପ୍ରତିନିଧି ହିଁ ତାଙ୍କ କ୍ଷମତାର ଅଧିକାରୀ। ଯେଉଁଥିରେ ଆଦିବାସୀ ଅଧିକ ଉପକୃତ ହେବେ। ଯାହାକୁ ନେଇ ଖୁବ୍ ଶୀଘ୍ର ରାଜ୍ୟରେ ଆମ ସରକାର ପେଶା ଆଇନ ଲାଗୁ କରିବାକୁ ଯାଉଛନ୍ତି। ସରପଞ୍ଚଙ୍କର ଥିବା ୨୨ଟି କ୍ଷମତା ହିଁ ସେ ପ୍ରୟୋଗ କରି କାର୍ଯ୍ୟକାରୀ କରିପାରିବେ । ଏଥିସହିତ ଆଦିବାସୀଙ୍କ ବିକାଶ ପାଇଁ ଏ ସରକାର ସମର୍ପିତ । ଏନେଇ ପ୍ରତି ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟର କରାଯିବା । ଯେଉଁଠି ବ୍ୟକ୍ତି ଓ ପରିବାର ବିକାଶ ପାଇଁ ଯୋଜନା ହୋଇ ତାହାକୁ କ୍ଲଷ୍ଟର ଯୋଜନା ଅନୁସାରେ ପାଳନ କରାଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button