ରାଜ୍ୟ

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ; ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ – Ibnodisha

[ad_1]

ଭୁବନେଶ୍ୱର: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବୁଧବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା ପାଇଁ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବୈଠକରେ ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ (ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନସିଲାରିଜ୍‌), ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍ଗେତ ଦିଆଯାଇଛି । ସମୁଦାୟ ୫୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନା ଥିବା ୭ଟି ଜିଲ୍ଲାରେ ସମୁଦାୟ ୧୭୧୩.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହି ଉଦ୍ୟୋଗଗୁଡ଼ିକ ରାଜ୍ୟର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।

ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିଜ୍ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ର ୭୨.୦୦ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ବୃଦ୍ଧି ଘଟିବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ୧୬ ହଜାର ୟୁନିଟ୍ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ କରାଯିବ । ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଷ୍ଟେନଲେସ୍ ଷ୍ଟିଲ୍ ଆଣ୍ଡ ଫେରୋ ଆଲଏଜ୍ କ୍ଷେତ୍ରରେ ‘ଆନନ୍ଦ ଏକ୍ସପୋର୍ଟ, ଯାଜପୁର’ରେ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି । ଏହି ପ୍ରକଳ୍ପରେ ୦.୦୩୮ ଏମଟିପିଏର ଫେରୋକ୍ରୋମ ୟୁନିଟ୍ କ୍ଷମତା ବୃଦ୍ଧି ଅନ୍ତର୍ଭୁକ୍ତ । ଏହା ଦ୍ୱାରା ୬୨୮.୦୦ କୋଟି ଟଙ୍କା ବିନିଯୋଗରେ ୨,୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ମେଟାଲ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି ।

ଏହି ଉଦ୍ୟୋଗରେ ୧୦୧.୦୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ କରାଯାଇଛି ଏବଂ ଏହା ଫଳରେ ୧୦୫ ନିଯୁକ୍ତି ସମ୍ଭାବନା ରହିଛି । ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସୋର୍ଟ ପ୍ରକଳ୍ପକୁ ଗଂଜାମ ଜିଲ୍ଲାରେ ବାହୁଡ଼ା ନଦୀ ମୁହାଣ ନିକଟ ସୋନାପୁର ବେଳାଭୂମିରେ ୨୨୮.୪୫ କୋଟି ଟଙ୍କା ବିନିଯୋଗ କରି ରିସୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ଅନୁମୋଦନ ମିଳିଛି । ଏଥିରେ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଟିଏସ୍ ବିଚ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୨.୧୬ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ କନଭେନ୍ସନ୍ ସେଣ୍ଟର ଏବଂ ୪ ଟି ଷ୍ଟାର୍ ହୋଟେଲ୍ ସହିତ ଆତିଥେୟତା ପ୍ରଦାନ କ୍ଷେତ୍ରରେ ନୂତନ ଆକର୍ଷଣୀୟ ପରିକଳ୍ପନା ସୃଷ୍ଟି କରିଛି । ପୁରୀର ସିପ ସରୁବାଲିରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ହୋଟେଲ ରଶ୍ମି ପ୍ଲାଜା ଓପିସି ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ୪ ତାରକା ହୋଟେଲ୍ ନିର୍ମାଣ କରି ଏହି କ୍ଷେତ୍ରରେ ଉନ୍ନତି ଆଣିଛି, ଯେଉଁଥିରେ ୭୦.୭୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଏବଂ ୨୧୦ ନୂତନ ନିଯୁକ୍ତି ସୁଯୋଗ ରହିଛି ।

ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ ୨୩.୦୨ ମେଗାୱାଟ୍ କ୍ୟାପ୍ଟିଭ୍ ରୁଫ୍ ଟପ୍ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରି ଅକ୍ଷୟ ଶକ୍ତି କ୍ଷେତ୍ରରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି । ୧୧୦.୨୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୬୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଏସିକେମ୍ ରେମେଡି ପ୍ରାଇଭେଟ୍ ଲିମିଟେଡ୍ ପୁରୀର କୁର୍କିଠାରେ ଟ୍ୟାବଲେଟ୍‌, କ୍ୟାପସୁଲ୍‌, ମଲମ ଏବଂ ଲିକୁଇଡ୍ ଓରାଲ୍ ଉତ୍ପାଦନ କରି ଔଷଧ କ୍ଷେତ୍ରରେ କାର୍ଯ୍ୟ କରୁଛି । ୫୩.୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୧୬୩ ଜଣଙ୍କୁ ନିଯୁକ୍ତି ମିଳିବ । ବେଷ୍ଟ ପାୱାର ଇକ୍ୱିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ୟୁପିଏସ ସିଷ୍ଟମ ଓ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରାଯାଇଛି । ୫୨.୭୫ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଏହି ପ୍ରକଳ୍ପ ୩୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓରିବାକେ ପ୍ରାଇଭେଟ୍ ଲିମିଟେଡ୍ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାରଠାରେ ବିସ୍କୁଟ୍ ଏବଂ ଅନ୍ୟାନ୍ୟ ବେକ୍ଡ ଉତ୍ପାଦ ଉତ୍ପାଦନ ୟୁନିଟ୍ ସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଉଛି । ବାର୍ଷିକ ୬୦ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ୫୧.୮୦ କୋଟି ଟଙ୍କାର ପ୍ରକଳ୍ପ ୨୮୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ସନ ଆଗ୍ରୋ ଫୁଡସ୍ ଯାଜପୁରରେ ଏହାର ଆଧୁନିକ ରାଇସ୍ ମିଲ୍ ପ୍ରକଳ୍ପ ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଯୋଗଦାନ ଦେବ । ୫୦.୪୩ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ଏହି ପ୍ରକଳ୍ପ ୯୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଏସଏମଭିଡି ପଲି ପ୍ୟାକ୍ ଲିମିଟେଡ୍ ଜଗତସିଂହପୁରରେ ପିପି/ ଏଚଡିପିଇ ବ୍ୟାଗ୍ ଏବଂ ବସ୍ତା(ଅଖା) ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ର ଉପରେ ଧ୍ୟାନ ଦେଉଛି । ବାର୍ଷିକ ୧୦,୫୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ୬୧.୩୦ କୋଟି ଟଙ୍କାର ପ୍ରକଳ୍ପରେ ୨୧୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଟେକ୍କନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ପ୍ଲାଷ୍ଟିକ୍ ଉତ୍ପାଦ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରରେ ଅଗ୍ରଗତି କରିବାକୁ ଲକ୍ଷ୍ୟ ରଖିଛି । ୫୧ କୋଟି ଟଙ୍କାର ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ମିଡିଆଇଡ୍ ମାର୍କେଟିଂ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ କଟକ ରାମଦାସପୁରରେ ଦୈନିକ ୭.୨ ଲକ୍ଷ ସଂଖ୍ୟକ ସିରିଞ୍ଜ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । ୫୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଦ୍ୱାରା ୭୫ ଜଣଙ୍କୁ ନିଯୁକ୍ତି ମିଳିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button