ରାଜ୍ୟ

ରାଜ୍ୟ ବିଦ୍ୟାଳୟ ସମୂହ ଅସିଚାଳନା: ବଲାଙ୍ଗୀର ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ମିଳିତ ଆନୁକୂଲ୍ୟରେ ବଲାଙ୍ଗୀରସ୍ଥିତ ପୃଥ୍ୱୀରାଜ ଉଚ୍ଚବିଦ୍ୟାଳୟଠାରେ ଆୟୋଜିତ ୬୮ତମ ରାଜ୍ୟ ବିଦ୍ୟାଳୟ ସମୂହ ଅସିଚାଳନା ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଛି। ଏଥିରେ ବଲାଙ୍ଗୀର ୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୯ କାଂସ୍ୟ ସହ ମୋଟ ୧୮ ପଦକ ଜିତି ବିଜେତା ହୋଇଛି।

ଫଏଲ୍ ବାଳକ ଓ ବାଳିକା ପଦକ ବିଜେତାମାନେ ହେଲେ ପଦ୍ମଲୋଚନ ନାଏକ (ବଲାଙ୍ଗୀର), ଅଭିନାଶ ସ୍ୱାଇଁ (ସୋନପୁର), ସ୍ୱାଗତ ପଟେଲ (ବଲାଙ୍ଗୀର), ଦେବାଶିଷ ପଟେଲ (ଭୁବନେଶ୍ୱର), ସାରିକା ପଟେଲ(ବଲାଙ୍ଗୀର), ରୁକ୍ମଣି ରାଣୀ ସୁନା (ବଲାଙ୍ଗୀର ), ସଂସ୍କୃତି ସିଂହ (ଭୁବନେଶ୍ୱର), ଶ୍ରୀୟା ଶ୍ରୁତି ପଟେଲ (ବଲାଙ୍ଗୀର)। ସାବ୍ରିରେ ମାନସ ପ୍ରଧାନ (ବଲାଙ୍ଗୀର), ଅହେଶ୍ୱର ନାଏକ (ସୋନପୁର), ଶ୍ରୀୟାଂଶୁ ଦେହୁରୀ (ଭୁବନେଶ୍ୱର), ସମୀର ପରା଼ଭୋଇ (ବଲାଙ୍ଗୀର), ଝରଣା ସେଠ (ବଲାଙ୍ଗୀର), ଲିପ୍ସା ହରିପାଲ (ବଲାଙ୍ଗୀର), ପ୍ରିୟଦର୍ଶନୀ ସାହୁ (ବଲାଙ୍ଗୀର), ସୁପ୍ରିୟା ଭୋଇ (ବଲାଙ୍ଗୀର) ପଦକ ଜିତିଛନ୍ତି। ଇପିରେ ଲିଖିତ ବିଶ୍ୱାଳ (ବଲାଙ୍ଗୀର), ଆକାଶ ଅଇଣ୍ଡା (ସମ୍ବଲପୁର), ଅମିତ ମହାକୁର (ବଲାଙ୍ଗୀର), ନିଶାଙ୍କ ପଟେଲ (ବଲାଙ୍ଗୀର), ଝିଲି ସେଠ(ବଲାଙ୍ଗୀର), ଶୁଭଶ୍ରୀ ନାଏକ (ବଲାଙ୍ଗୀର), ରୀତିକା ସାହୁ (ବଲାଙ୍ଗୀର), ବିଜୟଲକ୍ଷ୍ମୀ ତାଣ୍ଡି (ବଲାଙ୍ଗୀର) ପଦକ ଜିତିଛନ୍ତି।

ଏହି ଖେଳାଳିମାନେ ଆସନ୍ତା ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରଠାରେ ଆଯୋଜିତ ହେବାକୁ ଥିବା ଜାତୀୟ ସ୍କୁଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏନେଇ ଟେକ୍ନିକାଲ ଅଫିସିଆଲ – ସୁକାନ୍ତ ସେଠ, କରିସ୍ମା ରାଉତ, ଅନ୍ୟାଶା ରାଉତ, ରୋଶନ ସାହୁ, ଜ୍ୟୋତି ଠାକୁର, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ବୁଦ୍ଧିରାଜ ବିଶ୍ୱାଳ, ପୁରେନ୍ଦର ସେଠ, ସତ୍ୟ ନାରାୟଣ ପଟେଲ, ସସ୍ମିତା ଗଡ଼ତିଆ, ସ୍ବପ୍ନା ସେଠୀ, ବୀରାନ୍ଦ୍ର ସୁନା, ସଂଗୀତା ନାଏକ, ବିଭୁତି ସ୍ୱାଇଁ, ଶୁବେନ୍ଦୁ ମହାନ୍ତି, ବିନୋଦ ମହାପାତ୍ର, ବନୀତା ପଟେଲ, ଯୋଗଦେଇ ଥିଲେ। ରାଜ୍ୟ ସ୍କୁଲ ବିଭାଗ ଓଡ଼ିଶାରେ ପ୍ରଥମ ଥର ବିଦ୍ୟାଳୟ ସମୂହ ଅସିଚାଳନା ପ୍ରତିଯୋଗିତା ଆରମ୍ଭ କରିଥିବାରୁ ରାଜ୍ୟ ଅସିଚାଳନା ସଂଘ ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button