ରାଜ୍ୟ

କୁମ୍‌କି ହାତୀ ‘ଯଶୋଦା’ର ମୃତ୍ୟୁ: ୩୦ରୁ ମଲାଣି, ୪ରେ ସୂଚନା ଦେଲେ

ବାରିପଦା/ଯଶିପୁର: ଜଙ୍ଘରୁ ନିତମ୍ବକୁ ଯୋଡ଼ୁଥିବା ହାଡ଼ ଖସିଗଲା ଯେ ମଲାଯାଏ ଯୋଡ଼ି ହୋଇପାରିଲାନି। ଓୟୁଏଟିର ଡାକ୍ତରୀଦଳ ମାସ ମାସ ଧରି ଚିକିତ୍ସା କଲେ ବି ଭଲ କରିପାରିଲେ ନାହିଁ। ଯନ୍ତ୍ରଣା ବଢ଼ିବା ସହ ସବୁଦିନ ପାଇଁ ଆଖି ବୁଜିଦେଲା କୁମ୍କି ହାତୀ ‘ଯଶୋଦା’। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଜେନାବିଲ ଫରେଷ୍ଟ ରେଞ୍ଜରେ ରହି ଚିକିତ୍ସିତ ହେଉଥିବା ବେଳେ ଯଶୋଦାର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ; ୫ ମାସ ତଳେ ଯଶୋଦାକୁ ଚନ୍ଦକା ଜଙ୍ଗଲରୁ ଜେନାବିଲକୁ ଅଣାଯାଇଥିଲା। ଚନ୍ଦକାରୁ ଆସିବାର ପ୍ରାୟ ୨ ମାସ ପରେ ଓୟୁଏଟିର ବିଶେଷଜ୍ଞ ଇନ୍ଦ୍ରମଣୀ ନାଥ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିକାରୀଙ୍କ ନିରୀକ୍ଷଣରେ ଏଠାରେ ଯଶୋଦାର ଚିକିତ୍ସା ଆରମ୍ଭ ହୋଇଥିଲା। ଗତ ମାସ ୩୦ ତାରିଖରେ ଯଶୋଦାର ମୃତ୍ୟୁ ଘଟିଥିଲା। ୩୧ ତାରିଖରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପୋତି ଦେଇଥିଲା ବନ ବିଭାଗ। ୫ ଦିନ ପୂର୍ବରୁ ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ବନ ବିଭାଗ, ଏହି ଖବର ଲୋକଲୋଚନକୁ ଆଣିଛି। ତେଣୁ ବିଳମ୍ବିତ ସୂଚନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ବିଫଳ ହେଲା ନିତମ୍ବ ହାଡ଼ ଯୋଡ଼ା ଚିକିତ୍ସା
୩୦ରୁ ମଲାଣି, ୪ରେ ସୂଚନା ଦେଲେ

ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ; ଚନ୍ଦକାରେ ଥିବାବେଳେ ଯଶୋଦା ଯନ୍ତ୍ରଣା ଭୋଗୁଥିଲା। ତେଣୁ କିପରି ଓ କେଉଁ ପରିସ୍ଥିତିରେ ହାତୀକୁ ଜେନାବିଲକୁ ଅଣାଯାଇଥିଲା? ଗାଡ଼ିରେ ଦୀର୍ଘ ବାଟ ଆଣିବା ଦ୍ବାରା କ୍ଷତ ବଢ଼ିବାର ଆଶଙ୍କା ନଥିଲା କି? ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀଙ୍କ କହିବା କଥା; ପୂର୍ବରୁ ପ୍ରାୟ ଦେଢ଼ବର୍ଷ ଧରି ଯଶୋଦା ଶିମିଳିପାଳ ଅଭୟରଣ୍ୟର ବିଭିନ୍ନ ରେଞ୍ଜରେ ରହିବା ସହିତ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରିଛି। ଫଳରେ ଶିକାରୀ ଓ ଝାଡ଼ଖଣ୍ଡୀ ହାତୀ, ଜଙ୍ଗଲକୁ ପଶିବାକୁ ଭୟ କରୁଥିଲେ। ତେଣୁ ତାକୁ ପୁଣିଥରେ ଶିମିଳିପାଳ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯଶୋଦାର ମୃତ୍ୟୁ ଘଟଣା ଅଭୟାରଣ୍ୟର କର୍ମଚାରୀଙ୍କୁ ଦୁଃଖ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button