ଓବିସିଙ୍କ ପାଇଁ ସରକାର ନିରବ, ପୁଣି ଜାତିଭିତ୍ତିକ ଜନଗଣନା ଦାବିକଲା ବିଜେଡ଼ି
କାରଣ ସାଢେ ଚାରି କୋଟି ଲୋକ ଆମକୁ ବିରୋଧୀ ଆସନ ବସାଇଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।
ନବୀନ ପଟ୍ଟନାୟକ ସର୍ବଦା OBC ଙ୍କ ପାଇଁ ଲଢେଇ କରିଛନ୍ତି। ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି। ହେଲେ କେନ୍ଦ୍ରର ନିଘା ନାହିଁ। ସଂରକ୍ଷଣ 0%। କେହି ଡାକ୍ତର କି ଇଞ୍ଜିନିଅରିଂ ପଢି ପାରୁ ନାହାନ୍ତି। ଚାକିରିରେ ୧୧.୨୫% ସଂରକ୍ଷଣ ଅଛି। ହେଲେ ଚାକିରିରେ ୨୭ % ସଂରକ୍ଷଣ ହେବା କଥା। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର। OBC ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଯାଉଛି। ଶିକ୍ଷା ସଂରକ୍ଷଣ ଓ ଚାକିରି ସଂରକ୍ଷଣ ୨୭% ହେଉ। ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର। ନିଜକୁ ଜଗନ୍ନାଥ କହିବା ପରିବର୍ତ୍ତେ, ମାନବ ଭିତ୍ତିକ ସେବା ପାଇଁ ସଂରକ୍ଷଣ କରନ୍ତୁ। ନ ହେଲେ ଦଇବ ପଡିବ। ନବୀନ ପଟ୍ଟନାୟକ ଏ ଦିଗରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଦ୍ୱାରା ସର୍ଭେ କରିଥିଲେ। ଏହାକୁ ଏହି ସରକାର ପ୍ରକାଶ କରନ୍ତୁ ବୋଲି ବିଜେଡି ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି।
ବିଜେପରି ନିର୍ବାଚନ ପୂର୍ବରୁ ଗୋଟେ ଚେହେରା ଓ ତା ପରେ ଆଉ ଗୋଟେ ଚେହେରା। କୁମ୍ଭୀର କାନ୍ଦଣା ଖାଲି ଥିଲା । ହେଲେ ଏଯାଏ ମୁହଁ ଖୋଲିଲେନି। ୧୦୦ ଦିନରେ କେମିତି ଆଡମ୍ବରରେ କହୁଛନ୍ତି, OBC ଙ୍କ ପାଇଁ କଣ କରିଛନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଆମ ସରକାରକୁ ଦୋଷ ଦେଉଥିଲେ। ଏବେ ତ ରାଜ୍ୟରେ ବିଜେପି ସରକାରରେ। କାହିଁକି ମୁହଁ ଖୋଲୁନି ବିଜେପି । ଆଜି OBC ବୁଝି ପାରୁଥିବେ କେମିତି ସରକାର ପ୍ରବଞ୍ଚନା କରିଛନ୍ତି। କେବେ ସୁଦ୍ଧା ସଂରକ୍ଷଣ ହେବେ OBC ଙ୍କ ପାଇଁ ଓ କେବେ ସୁଦ୍ଧା ଜାତିଭିତ୍ତିକ ଜନଗଣନା କରିବେ ବୋଲି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ପ୍ରଶ୍ନ କହିଛନ୍ତି।