ରାଜ୍ୟ

ଆଜିର ଅନୁଚିନ୍ତା  – Ibnodisha

[ad_1]

ସତ୍ୟ ଓ ବିଶ୍ୱାସ ଯେ ଦିନ ହୁଡ଼ିବା*
ଜାଣିବ ଜୀବନ ଗଲା,
ଯଦି ବା ବଞ୍ଚିବା ହୃଦେ ଅନୁକ୍ଷଣେ
ମରିବା ସମାନ ଭଲା ।

ଅବହେଳା ବୁଝିବା ପାଇଁ ଭାଷାର ପ୍ରୟୋଜନ ହୁଏ ନାହିଁ, ବ୍ୟବହାର ହିଁ ଯଥେଷ୍ଟ ।

ଇଛା ତ ଅପୂରଣୀୟ, ଯଦି ଇଚ୍ଛା ପୂରଣ ହେଲା ତେବେ ଲୋଭ ବଢ଼େ ଏବଂ ଯଦି ଇଚ୍ଛା ପୂରଣ ନ ହେଲା ତେବେ କ୍ରୋଧ ବଢ଼େ……
ଉଭୟ ପତନର କାରଣ ।

Life ରେ ଶାନ୍ତିରେ ରହିବା ପାଇଁ ଦୁଇଟି ମାର୍ଗ ….
କ୍ଷମା କରିଦିଅ ତାଙ୍କୁ ଯାହାକୁ ତୁମେ ଭୁଲି ପାରିବ ନାହିଁ,
ଭୁଲିଯାଏ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରିପାରିବ ନାହିଁ ।

ଅଦ୍ୟ ନଭେମ୍ବର ମାସ ୦୯ ତାରିଖ ୨୦୨୩ ମସିହା(ଗୁରୁବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
କାର୍ତ୍ତିକମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ଦିବା ଘ୧୦/୩୫ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ
ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୧୦/୩୩ ପର୍ଯ୍ୟନ୍ତ ତଦନ୍ତେ ହସ୍ତା
ଚନ୍ଦ୍ର-କନ୍ୟା
ଯୋଗ- ବୈଧୃତି
କରଣ – ବାଳବ
ସୌରମାସ- ତୁଳା ୨୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ୧୦/୩୫ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ
ଦ୍ଵାଦଶୀ ର ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୧/୧୬ ଗତେ ଘ୦୫/୦୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୩ ମଧ୍ୟେ ଓ ରାତ୍ରି ଘ୦୫/୫୪ ଗତେ ଘ୦୯/୦୪ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ କଳମ ଶିମ୍ବ ଦିବା ଘ୧୦/୩୫ ପର୍ଯ୍ୟନ୍ତ ତଦନ୍ତେ ପୋଇ ଭକ୍ଷଣ ନିଷେଧ
═✧══•❁❀❁•═════
✧═════•❁❀❁•════
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════✧
ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════✧
କର୍କଟ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════✧
ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════✧
କନ୍ୟା: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════✧
ତୁଳା: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
ବିଛା: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════✧
ଧନୁ: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════✧
ମକର : ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════✧
କୁମ୍ଭ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════✧
ମୀନ: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button