ତିନି ଦିନ ପରେ ବଢ଼ିବ ଥଣ୍ଡା – Ibnodisha
[ad_1]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ଶୀତ ଅନୁଭୂତ ହେଉଛି। ରାଜ୍ୟକୁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଏହି ସ୍ଥିତି ଆଗାମୀ ୫ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ରାଜ୍ୟରେ ଥଣ୍ଡା ଜାରି ରହିବ ଓ ତିନିଦିନ ପରେ ଆଉ ଟିକିଏ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଗୋଟିଏ ପଶ୍ଚିମାଝଡ଼ ସକ୍ରିୟ ରହିଛି। ତେଣୁ ଓଡ଼ିଶାକୁ ଥଣ୍ଡା ବାୟୁ ପ୍ରବେଶ କରିପାରୁନାହିଁ। ୩ ଦିନ ମଧ୍ୟରେ ଏହା ଦୁର୍ବଳ ହେବ ଓ ଏହା ପରେ ପୁଣି ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ବଢ଼ିବ।
ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି କୁହାଯାଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ୯.୬ଡିଗ୍ରୀ ସହ କେନ୍ଦୁଝର ରାଜ୍ୟର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଫୁଲବାଣୀରେ ୧୦ ଓ କୋରାପୁଟରେ ତାପମାତ୍ରା ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ ଗୁରୁବାର ଦିନ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରୁପଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।
[ad_2]