ରାଜ୍ୟ

ମହିଳା ଓ ଅସହାୟଙ୍କୁ ସେବା ଯୋଗାଉଛି ପରିକଳ୍ପନା ଓଡ଼ିଶା ସମାଜ ସେବା

ଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହଯୋଗରେ ମହିଳା ଓ ଅସହାୟଙ୍କୁ ସେବା ଯୋଗାଉଛି ପରିକଳ୍ପନା ଓଡ଼ିଶା ସମାଜ ସେବା ସଂଗଠନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପରିକଳ୍ପନା ଓଡ଼ିଶା ସମାଜ ସେବା ମହିଳାଙ୍କୁ ସେବା ଯୋଗାଉଛି। ଏହି ସଂଗଠନ କନ୍ୟାଦାନ, କିଶୋରୀ ବାଳିକା ସୁବିଧା, ଭିନ୍ନକ୍ଷମଙ୍କୁ ସହାୟତା, ରୋଗୀ ସେବା, ଦୁର୍ଘଟଣା ଘଟିଥିବା ପରିବାରଙ୍କୁ ସହାୟତା, ଶିଶୁମାନଙ୍କୁ ପାଠ୍ୟ ଉପକରଣ, ଖାଦ୍ୟ ସାମଗ୍ରୀ, ଅସହାୟ ପରିବାରଙ୍କୁ ସହାୟତା ଯୋଗାଉଥିବା ଜିଲା ସଂଯୋଜକ ପଦ୍ମିନୀ ହୁଈକା କହିଛନ୍ତି।

କିଛି ଦିନ ତଳେ ସୁନାଖଣ୍ଡି ଗ୍ରାମର ମୁରଲୀଧର ମାର୍ଥା ଓ ନିରୁପମାଙ୍କ ଝିଅ ରଶ୍ମିତା ମାର୍ଥାଙ୍କ ବାହାଘରରେ ଗୋଟିଏ ଏଲଇଡି ଟିଭି ଦେଇ ସହାୟତା କରିଥିବାବେଳେ ପଲମା ପଞ୍ଚାୟତ ଦୋରା ସାହି, ବାସିନ୍ଦା ଜଳନ୍ଦ୍ର କାରକା ଓ ଲଳିତାଙ୍କ ଝିଅ ଭୁବନେଶ୍ବରୀଙ୍କ ବାହାଘରରେ ମୋବାଇଲ୍ ଫୋନ୍ ପ୍ରଦାନ କରି ସହାୟତା କରିଥିଲେ। ସେହିଭଳି ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଗରୀବ ପରିବାର ସଦସ୍ୟ ମଧ୍ୟ ସହାୟତା ପାଇଥିବା ଲୋକେ କହିଛନ୍ତି। ଏହି ପରିକଳ୍ପନା ଓଡ଼ିଶା ସମାଜ ସେବାରେ ଜିଲା ସଂଯୋଜକ ପଦ୍ମିନୀ ହୁଈକାଙ୍କ ନିର୍ଦ୍ଦେଶକ୍ରମେ ୨୫ଜଣ ସେବା କର୍ମୀ କାର୍ଯ୍ୟ କରୁଥିବାବେଳେ ପଞ୍ଚାୟତ ସଂଯୋଜକ ଭାବେ ନବଘନ ଦଣ୍ଡସେନା, ଯାଜ୍ଞସେନୀ ମହାନନ୍ଦିଆ, ଲିଙ୍ଗରାଜ କୋଟିଆ, କିଶନ କୁମାର କୌଶଲ୍ୟା ପ୍ରମୁଖ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଉଥିବା ଜିଲା ସଂଯୋଜିକା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button