ଦେଶ

ଗଗନଯାନରେ ମାନବ ପଠାଇବା ଆଗରୁ ମହାକାଶକୁ ମହିଳା ରୋବୋଟ୍‌ ‘ବ୍ୟୋମମିତ୍ର’ ପ୍ରେରଣ କରିବ ‘ଇସ୍ରୋ’ – Ibnodisha

[ad_1]

ନୂଆଦିଲ୍ଲୀ: ଗଗନଯାନ ପ୍ରକଳ୍ପରେ ମାନବ ପ୍ରେରଣ କରିବା ପୂର୍ବରୁ ଭାରତ ମହାକାଶକୁ ମହିଳା ରୋବୋଟ୍‌ ‘ବ୍ୟୋମମିତ୍ର’ ପ୍ରେରଣ କରିବ ବୋଲି ବୁଧବାର ଦିନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଛନ୍ତି। ‘ଆଜ୍‌ ତକ୍‌ ଆଜେଣ୍ଡା’ରେ ଭା‌ଷଣ ଦେବା ବେଳେ ଡକ୍ଟର୍‌ ସିଂହ କହିଛନ୍ତି, ମାନବ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ପରୀକ୍ଷାମୂଳକ ଭାବେ ମହାକାଶକୁ ‘ବ୍ୟୋମମିତ୍ର’ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା, ଡକ୍ଟର୍‌ ସିଂହ ଆଗାମୀ ‘ଡିପ୍‌ ସି ମିସନ୍‌’ (ଗଭୀର ସମୁଦ୍ର ଅଭିଯାନ) ପ୍ରକଳ୍ପ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ୩ ବର୍ଷ ମଧ୍ୟରେ ଏହି ଅଭିଯାନ ସାକାର ହେବ। ଏହାଦ୍ବାର ମହାଜାଗତିକ ସନ୍ଧାନ ଓ ଗଭୀର ସମୁଦ୍ର ଅନ୍ବେଷଣ କ୍ଷେତ୍ରରେ ଭାରତ ସାମର୍ଥ୍ୟ ବୃଦ୍ଧି ପାଇବ। ମହାକାଶ କ୍ଷେତ୍ରରେ ଭାରତର ଅଭିବୃଦ୍ଧି ବିଷୟରେ ସୂଚନା ଦେଇ ସେ କହିଛନ୍ତି, ସମ୍ପ୍ରତି ୮ ବିଲିୟନ୍‌ ଡଲାର୍‌ ମୂଲ୍ୟ ଥିବା ଦେଶର ମହାକାଶ ଅର୍ଥନୀତି ୨୦୪୦ ସୁଦ୍ଧା ୪୦ ବିଲିୟନ୍‌ ଡଲାର୍‌ରେ ପହଞ୍ଚିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ‘ଇସ୍ରୋ’ର ଅବଦାନ ବିଷୟ ଦର୍ଶାଇ ଡକ୍ଟର୍‌ ସିଂହ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ୪୩୦ଟି ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଇ ‘ଇସ୍ରୋ’ ବୈଦେଶିକ ମୁଦ୍ରା ଉପାର୍ଜନ କରୁଛି। ଗୁରୁତ୍ବାରୋପ କରି ଡକ୍ଟର୍‌ ସିଂହ କହିଲେ, ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟା କେବଳ ଅନ୍ବେଷଣରେ ସୀମିତ ରହିନାହିଁ। ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି ବିକାଶ, କୃଷି, ଟେଲିମେଡିସିନ୍‌ ଓ ରୋବୋଟିକ୍‌ ସର୍ଜରି ଭଳି ଦୈନନ୍ଦିନ ମାନବୀୟ କ୍ଷେତ୍ରରେ ବି ସହାୟତା କରୁଛି। ‘ଆଦିତ୍ୟ ଏଲ୍‌୧’ ଓ ‘ଚନ୍ଦ୍ରଯାନ-୩’ରେ ବୈଜ୍ଞାନିକାମାନଙ୍କର ଅବଦାନକୁ ସେ ପ୍ରଶଂସା କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button