ରାଜ୍ୟ

ବଜ୍ରପାତରେ ଜେଜେବାପାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ନାତି – Ibnodisha

[ad_1]

ଭୁବନେଶ୍ୱର : ବଜ୍ରପାତରେ ମଇଁଷି ଜଗୁଆଳିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ଗ୍ରାମର ବଟକୃଷ୍ଣ ବେହେରା (୬୪)। ସୂଚନା ଅନୁସାରେ ବାଲିପାଟଣା ଥାନା ନରଦା ଗ୍ରାମର ବଟକୃଷ୍ଣ ଏବଂ ତାଙ୍କ ନାତି ରବିବାର ମଧ୍ୟାହ୍ନରେ ମଇଁଷି ଚରାଇବାକୁ ଯାଇଥିଲେ। ସ୍ଥାନୀୟ ଗୋଠ ପଡ଼ିଆ ଦଣ୍ଡାରେ ମଇଁଷି ଚାରାଉଥିବା ସମୟରେ ବଜ୍ରପାତ ହୋଇଥିଲା।

ଏଥିରେ ବଟକୃଷ୍ଣ ଟଳି ପଡ଼ିଥିଲେ। ଜେଜେବାପା ଟଳି ପଡ଼ିବା ଦେଖି ନାତି ଘର‌ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଜ୍ରପାତରେ ତାଙ୍କ ବାମପଟ ଶରୀର ଜଳି ଯାଇଥିବା ଜଣାପଡ଼ିଛି। ସୌଭାଗ୍ୟ ବଶତଃ ନାତି ବଜ୍ରପାତରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

The post ବଜ୍ରପାତରେ ଜେଜେବାପାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ନାତି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button