ଅଭିଯୁକ୍ତ ଗୋବିନ୍ଦ ମାନିଲା ସତ।ମାଟି ତଳୁ ମୃତ ଦେହ ଉଦ୍ଧାର।ବିଦା ହୋଇପାରନ୍ତି ଦିବ୍ୟ !
IBN ଓଡିଶା (ବ୍ୟୁରୋ):ଭବାନୀପାଟଣା: ମହାଲିଂଗ ସନସାଇନ୍ ହାଇସ୍କୁଲ ପ୍ରିନ୍ସିପାଲ ନିଖୋଜ ଘଟଣା ରେ ଗ୍ରୁହ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ରଂକ ପାଇଁ ବଢିଲା ବିପଦ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣା ରେ ଆଜି ସକାଳୁ ଗୋଳାମୁଣ୍ଡା ପୁଲିସ ମହାଳିଙ୍ଗ ହାଇସ୍କୁଲରେ ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ସହାୟତାରେ ଖୋଳିବା ଆରମ୍ଭ କରିଥିଲେ। ପୁଲିସ୍ କୁ ଏକ ଦଗ୍ଧ ତଥା ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରିଥିଲା। ଏହି ଶବ ନିଖୋଜ ମମିତାଙ୍କର ବୋଲି ସଂଦେହ କରାଜାଉଛି । ସେଥିପାଇଁ ପୁଲିସ ପକ୍ଷରୁ ପରିବାରକୁ ଡକାଯାଇଛି। ଏଥିସହ ପୁଲିସ ପକ୍ଷରୁ ଗଳିତ ଶବର ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଥିଲା।ଗତକାଲି ମମିତା ମେହେରଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସୁଚନା ପାଇବାପରେ ପୋଲିସର ସନ୍ଦେହ ଉପୁଜିବାରୁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିର୍ମାଣାଧୀନ ମହାଲିଙ୍ଗ ଷ୍ଟାଡିୟମ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ହୋଇଥିଲା। ଏହାପୂର୍ବରୁ ସ୍କୁଲ ଷ୍ଟାଡିୟମ୍ ପରିସରକୁ ସିଲ୍ କରିଥିଲା ପୁଲିସ। ନିର୍ମାଣାଧୀନ ଷ୍ଟାଡିଅମ ପରିସରରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ଅଛନ୍ତି। ତେବେ ମହାଲିଙ୍ଗ ଷ୍ଟାଡିୟମ ପରିସରରରୁ ମିଳିଥିବା ଶବ ମମିତାଙ୍କର କି ନୁହେଁ, ତା’ଉପରେ ରହିଛି ସମସ୍ତଙ୍କ ନଜର।ସେପଟେ ମନ୍ତ୍ରୀ ମିଶ୍ରଂକର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ର ଫେରାର ପଛରେ ହାତ ଥିବା ଅଭିଯୋଗ କୁ ନେଇ ଚାରିଆଡେ ଇସ୍ତଫା ଦାବି ଜୋର ଧରିଥିବା ବେଳେ ଏପଟେ ଗତକାଲି ଗୋବିନ୍ଦ ସାହୁ କୁ ଗିରଫ କରାଯାଇଥିଲା। ମମିତାଙ୍କୁ ହତ୍ୟା କରିଥିବା ର ମାନିଥିଲାଗୋବିନ୍ଦ । ଜେରା ବେଳେ ସତ କଥା କହିଲା ଗୋବିନ୍ଦ ସାହୁ । ହତ୍ୟାରେ ଏକାଧିକ ଲୋକ ଥିଲେ ନିୟୋଜିତ । ଦୁଇ ମୁଖ୍ୟ ସନ୍ଦିଗ୍ଧଙ୍କୁ ଖୋଜୁଛି ବଲାଙ୍ଗୀର ପୋଲିସ । ହତ୍ୟା କଥା ସ୍ଵୀକାର କରିଥିବା ସୂଚନା ଦେଲା ବଲାଙ୍ଗୀର ପୋଲିସ । ପୋଲିସ ଆଗରେ ଗୋବିନ୍ଦ ସାହୁ କହିଛି ହତ୍ୟାକାଣ୍ଡର ପୂରା ଘଟଣାବଳି ।ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତାକୁ ମାରିବା ପୂର୍ବରୁ ୭ତାରିଖ ଦିନ ଷ୍ଟାଡିୟମରେ ଗାତ ଖୋଳିବାକୁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ପରେ ମମିତାଙ୍କୁ ଫୋନ କରି ଡକାଇଥିଲା ଅଭିଯୁକ୍ତ । ଭବାନିପାଟଣାରୁ ଫେରିବା ସମୟରେ କାରରେ ହତ୍ୟା କରିଥିଲା । ଏହା ପରେ ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାର୍ଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ତଥା ପ୍ରମାଣ ନଷ୍ଟ କରିବା ପାଇଁ ତଳେ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା ।ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବା ସେଥିପାଇଁ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ଦେଇଥିଲା । ଏବଂ ହତ୍ୟାର ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଛି । ଆଉ କହିଛି ସେହି ଗାତରେ ମମିତାଙ୍କ ମୃତ ଶରୀର ଥିବା ଏବଂ ହତ୍ୟା ବାବଦରେ ତାକୁ କିଛିବି ଜଣା ନଥିଲା ।ଗୋବିନ୍ଦ କହିବାନୁସାରେ ଜେସିବି ଡ୍ରାଇଭର ଗାତ ଖୋଳିଥିଲା ଏବଂ ଦିନକ ପରେ ସେହି ଗାତକୁ ପୋତିଥିଲା । ତେବେ ଗୋବିନ୍ଦ ନିଜ କାରରେ ହିଁ ହତ୍ୟା କରିଥିଲା ମମିତାଙ୍କୁ ।