IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା: କେଗାଁ ଥାନା ଆଇଆଇସି ନିଲମ୍ବିତ

IBN ଓଡିଶା ବ୍ୟୁରୋ):-ଭବାନୀପାଟଣା/କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ ହୋଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ ପରିଜାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ୍‌ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଗତ ୮ ତାରିଖରେ ମମିତା ମେହେର ଯେତେବେଳେ ନିଖୋଜ ହୋଇଗଲେ, ତାଙ୍କ ପରିବାରର ଏତଲା ଦେବା ନାଇଁ କେଗାଁ ଥାନାକୁ ଯାଇଥିଲେ। କିନ୍ତୁ ଆଇଆଇସି ଡମୁ ପରିଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନଥିଲେ। ଫଳରେ ପରିବାର ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡ଼ିଥିଲା।ତେବେ ମମିତାଙ୍କ ମୃତଦେହ ଅକ୍ଟୋବର ୧୯ ତାରିଖରେ ଠାବ ହେବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଓ ତା’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡି ଗିରଫ ହେବା ପରେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ତଦନ୍ତ ସମୟରେ କେଗାଁ ଥାନା ଆଇଆଇସି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button