IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଲାଉ ଜୁସ ସେବନର ଜାଣନ୍ତୁ ଚମକାଇ ଦେବା ଭଳି ଫାଇଦା ! ଦିନକୁ ବାସ୍ ଗୋଟିଏ ଗ୍ଲାସ

ସାଧାରଣ ଭାବରେ କୁହାଯାଏ କି ଜୁସ ଠାରୁ ଅଧିକ ଫାଇଦା ଦେଇଥାଏ ଗୋଟା ପରିବା କିମ୍ବା ଫଳ । କିନ୍ତୁ ସବୁ ଜୁସ ଗୋଟିଏ ପ୍ରକାର ହୋଇନଥାଏ । ଲାଉ ଭିତରେ ସୁଗାର ନାଁ ବରାବର ରହିଥାଏ । ଆଉ ଏହାର ଜୁସ ଭିତରେ ଫାଇବର ମଧ୍ୟ ବହୁତ ଅଧିକ ମିଳିଥାଏ । ଲାଉରେ ଭିଟାମିନ- c ଅଧିକ ମାତ୍ରାରେ ରହିଥାଏ । ଲାଉର ଜୁସ ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।

ଲାଉ ଜୁସ ଆପଣ ନିୟମିତ ସେବନ କରିବା ଦ୍ଵାରା ଆପଣଙ୍କ ବଢି ଯାଇଥିବା କୋଲେଷ୍ଟ୍ରଲ କମ ହେବାକୁ ଲାଗିଥାଏ । ଏବଂ ଏହା ଆପଣଙ୍କ ବଢିଯାଇଥିବା ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରିବା କାମ କରିଥାଏ । ଏଥିରେ ବହୁତ କମ ମାତ୍ରାରେ ସୋଡିୟମ ଥିବାରୁ ଏହା ଆପଣଙ୍କ ଶରୀରରୁ ପରିସ୍ରା ଆସିବାର ମାତ୍ରା ବଢାଇ ଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ବ୍ଲଡ଼ ପ୍ରେସର କମ ହେବାକୁ ଲାଗିଥାଏ । ଲାଉ ଏକ ଲୋ ଗ୍ଲାଇସେମିକ ଇଣ୍ଡେସ୍କ ପରିବା ଅଟେ ।

ସୁଗାର ମାତ୍ରା ମଧ୍ୟ କମ ରହିଥାଏ । ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଅଧିକ ଭଲ ରହିଥାଏ । ଲାଉ ଜୁସ ବହୁତ ଲୋକ ନିଜର ଓଜନ କମାଇବା ପାଇଁ କରିଥାନ୍ତି । ଲାଉରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ । କ୍ୟାଲୋରି ଏଥିରେ କମ ମାତ୍ରାରେ ରହିଥାଏ । ତେଣୁ ଏହି କାରଣ ପାଇଁ ଏହା ଓଜନ କମାଇବା ପାଇଁ ସହାୟକ ହୋଇଥାଏ । ଲାଉ ଆଲକାଲାଇନ ଅଟେ ।

ତେଣୁ ଯେଉଁମାନଙ୍କୁ ଗ୍ୟାସ ଜଳନ ଭଳି ସମସ୍ୟା ରହିଥାଏ ଏବଂ ପେଟରେ ଅଲସର ହୋଇଥାଏ ସେମାନଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳି ହୋଇଥାଏ । ଆପଣଙ୍କୁ ପରିସ୍ରା ଇଂଫେକସ ଥିଲେ ଲାଉ ଜୁସ ତାହାକୁ କମ କରାଇଥାଏ । ଗ୍ରୀଷ୍ମ ଋତୁରେ ଲାଉ ଜୁସ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଲାଉ ଜୁସ ସାଧାରଣତଃ ଥଣ୍ଡା ହୋଇଥାଏ । ଏହା ଆପଣଙ୍କ ଶରୀରକୁ ଭିତରୁ ଥଣ୍ଡା ରଖିଥାଏ । ଏହାଦ୍ୱାରା ଗରମ ପାଇଁ ହେଉଥିବା ଡିହାଇଡ୍ରେସନର ଆଶଙ୍କା କମ ହୋଇଯାଇଥାଏ ।

ଗୋଟିଏ ଲାଉର ଚୋପା ଭଲ ଭାବରେ ବାହାର କରି ସରୁ ସରୁ କାଟି ତାହାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଧ୍ୟାନ ରଖନ୍ତୁ ଜୁସ କରିବାର ତୁରନ୍ତ ପରେ ଆପଣ ଏହାକୁ ସେବନ କରିବା ଉଚିତ । ଲାଉ ଜୁସକୁ ଆ[ପାନ ସକାଳେ ଖାଲି ପେଟରେ ସେବନ କରନ୍ତୁ ପ୍ରତ୍ୟକ ଦିନ ।

Related Articles

Leave a Reply

Your email address will not be published. Required fields are marked *

Back to top button