IBN ଓଡ଼ିଶା ବ୍ୟୁରୋ

ଅସହାୟ ର ବନ୍ଧୁ ହିମାଂଶୁ

IBN ଓଡିଶା (ବ୍ୟୁରୋ):ଯାଜପୁର, ଧର୍ମଶାଳା:-ଅସହାୟ ପାଇଁ ହିମାଂଶୁ।ସାହାଯ୍ୟ ସହଯୋଗ ର ହାତ ସବୁବେଳେ ବଢ଼ାଇ ଚର୍ଚ୍ଚା କୁ ଆସିଛି ଅଂଶୁମାନ ଟ୍ରଷ୍ଟ।
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ( ଲିକୁ ଭାଈ) ଙ୍କ ପରାମର୍ଶ କ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କମାଗଡ ପଂଚାୟତ କମାଗଡ ଗ୍ରାମର ଜଣେ ଅସହାୟ ପରିବାର ର ମୁଖ୍ୟାଙ୍କୁ କ୍ୟାନ୍ସର ହୋଇଥିବା ବେଳେ ଗତ କିଛିଦିନ ତଳେ ତାଙ୍କ ପୁଅ ର ଏକ ଅଜଣାରୋଗରେ ପୀଡିତ ଥିବା ଅବସ୍ଥା ରେ ତାଙ୍କର ମୁର୍ତ୍ୟୁ ହୋଇଥିଲା ।ତେବେ ଖବରପାଇ ଟ୍ରଷ୍ଟ ର ସଦସ୍ୟ ମାନେ ସେଠାରେ ପହଂଚି ତାଙ୍କୁ ଆର୍ଥିକ ସହାୟତା କରିବା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ ତତସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ହାତିବାରୀ ପଂଚାୟତ ହାତିବାରୀ ଗ୍ରାମର ଜଣେ ଦିବ୍ୟାଙ୍ଗ ଝିଅ ତାଙ୍କ ଘରେ ରୋଜଗାର କ୍ଷମବ୍ୟକ୍ତି ମଧ୍ୟ କେହିନାହାନ୍ତି ଏହି ଦୁଃଖଦ ଖବର ପାଇ ଟ୍ରଷ୍ଟ ର ସଦସ୍ୟ ସେଠାରେ ପହଂଚି ତାଙ୍କୁ ଆର୍ଥିକ ସାହାଯ୍ୟ କରିବାସହ ରାସନସାମଗ୍ରୀ ପ୍ରଦାନ କରିଥିଲେ।ଟ୍ରଷ୍ଟ ର ଏପରି ସହଯୋଗ ପାଇଁ ଚାରିଆଡୁ ପ୍ରସଂଶା ର ସୁଅ ଛୁଟୁଚି।

Related Articles

Leave a Reply

Your email address will not be published. Required fields are marked *

Back to top button