IBN ଓଡ଼ିଶା ବ୍ୟୁରୋ

୫୩ ନଂ. ଜାତୀୟ ରାଜପଥ ନିର୍ମାଣରେ ଅବ୍ୟବସ୍ଥା ନେଇ ତଦନ୍ତରେ ବିଷୋଦ୍‌ଗାର କଲେ ବିଜେଡି ନେତା ସତୀଶ

IBN ଓଡିଶା :ଚଣ୍ଡିଖୋଲ:- ଯାଜପୁର ଜିଲ୍ଲାର ଗମନାଗମନର ପେଣ୍ଠସ୍ଥଳୀ ଚଣ୍ଡୀଖୋଲରୁ ଡୁବୁରୀ ଅଭିମୁଖେ ଯାଇଥିବା ୫୩ ନଂ. ଜାତୀୟ ରାଜପଥ ଏବେ ମରଣଯନ୍ତାରେ ପରିଣତ ହୋଇଛି । ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥାର ମନମାନି ଓ ଦୁର୍ନୀତି ମନୋମୁଖୀ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ହଜାର ହଜାର ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହା ଉପରେ ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି । ଆଜି ସ୍ଥାନୀୟ ବିଜେଡି ନେତା ସତୀଶ ବିଶ୍ୱାଳଙ୍କୁ ନେଇ ପ୍ରଶାସନ ତରଫରୁ ରାସ୍ତାର ଦୂରାବସ୍ଥା ଉପରେ ଏକ ଅନୁଧ୍ୟାନ କରାଯାଇ ଥିଲା ।
ଚଣ୍ଡୀଖୋଲର ଗାନ୍ଧୀଛକ ଠାରୁ ଏହି ଅନୁଧ୍ୟାନ ପ୍ରକିୟା ଆରମ୍ବ ହୋଇଥିଲା । ଖୋସାଲିପୁର ବ୍ରିଜ ଉପରେ ଉଭୟ ପଟରେ, ସୁଭଦ୍ରାପୁର, ଚାରବାଟିଆ ଠାରେ ହୋଇଥିବା ବିପଦପୂର୍ଣ୍ଣ ହମ୍ପସ ସହ ହମ୍ପସ ତଳେ ରାସ୍ତା ଅତ୍ୟଧିକ ଖାଲ ହୋଇଥିବା କାରଣରୁ ଛୋଟ ଗାଡିରେ ଯାତାୟତ କରୁଥିବା ଲୋକେ ଗାଡିରୁ ଓହ୍ଲାଇ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳୁଛି । ଚଣ୍ଡୀଖୋଲ କଲେଜ ଛକରେ ଥିବା ଡାଇଭରସନ ରୋଡଟି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ଏହି ରାସ୍ତାର ଭଢଙ୍ଗା, ଆରୁହା, ବରଡା, ଚଢେଇଧରା, ବାଲିସାହି, କବାଟବନ୍ଧ, ପଙ୍କପାଳ ଆଦି ଛକରେ ଜାତୀୟ ରାଜପଥଟି ଶୋଚନୀୟ ଅବସ୍ଥାରେ ଥିବା ନେଇ କମିଟି ଅନୁଧ୍ୟାନ କରିଥିଲା । ବଳରାମପୁର, ଆରୁହା ନିକଟରେ ପାହାଡ ପରି ଗଦା ହୋଇଥିବା ବିଷାକ୍ତ ବ୍ୟର୍ଯ୍ୟ ପାଉଁଶ ରାସ୍ତାକୁ ଖସି ରାସ୍ତାରେ ଖେଳେଇ ହୋଇ ଯାଉଛି । ଏହି ବ୍ୟର୍ଯ୍ୟ ପାଉଁଶ ରାସ୍ତାରେ ଉଡି ପ୍ରଦୂଷିତ କରିବା ସହ ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କୁ ରାସ୍ତା ଦେଖା ଯାଉନାହିଁ । ଫଳରେ ରାସ୍ତାରେ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହେଉଛି । ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଛି । ରାସ୍ତାରେ ଫସଲ ଜମିକୁ ଏହି ପାଉଁଶ ମାଡିଯାଇ ଚାଷଜମି ତା’ର ଉର୍ବରତା ଓ ଉତ୍ପାଦିକା ଶକ୍ତି ହରାଉଛି । ଏଥିପାଇଁ ରାସ୍ତାରେ ସଡକ ସୁରକ୍ଷା ବିପନ୍ନ ହେଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରି ବିଷୋଦ୍‌ଗାର କରିଥିଲେ । ସତୀଶ ଅଭିଯୋଗ କରିଥିଲେ ଯେ, ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ରାସ୍ତାରେ ଆଦୌ ପାଣି ଛିଂଚାଯାଉ ନ ଥିବାରୁ ରାସ୍ତାରେ ବିଷାକ୍ତ ପାଉଁଶର ଧୂଳିଝଡ ସୃଷ୍ଟି ହେଉଛି । ଅନ୍ୟମାନଙ୍କର ଜୀବନକୁ ଦୁର୍ବିସହ କରି ରାସ୍ତା ନିର୍ମାଣ କରାଯିବାକୁ ନେଇ ସତୀଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଚଣ୍ଡୀଖୋଲ ଆର.ଟି.ଓ କେଶବ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଇଥିବା ଅନୁଧ୍ୟାନକାରୀ କମିଟିରେ ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା ଚଢେଇଧରାରେ କମିଟି ନିକଟରେ ସଡକ ନିର୍ମାଣରେ ବ୍ୟାପକ ତ୍ରୁଟି ଏବଂ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ହୋଇଥିବା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥିରେ ବସ ଏବଂ ଟ୍ରକ ମାଲିକ ସଂଘର ପ୍ରତିନିଧିମାନେ ସାମିଲ ହୋଇ ରାସ୍ତାରେ ମନୁଷ୍ୟକୃତ ଏହି ପ୍ରଦୂଷଣ ଯୋଗୁ ବିଷ ବଳୟରେ ଲୋକେ ଅଣନିଶ୍ୱାସୀ ହେବା ନେଇ ଉଦବେଗ ପ୍ରକାଶ କରିଥିଲେ । ପ୍ରକାଶଥାଉକି, ୫୩ ନଂ. ଜାତୀୟ ରାଜପଥର ଦୂରାବସ୍ଥା ନେଇ ସତୀଶ ବିଶ୍ୱାଳ ଦୀର୍ଘ ଦିନ ହେଲା ସ୍ୱର ଉଠାଇ ଆସୁଥିବା ବେଳେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରି ଆସୁଥିଲେ 

Related Articles

Leave a Reply

Your email address will not be published. Required fields are marked *

Back to top button