ରାଜ୍ୟ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଂଚଳରେ ସ୍ୱାମୀ ସ୍ତ୍ରୀଙ୍କ କଳହରୁ ସ୍ତ୍ରୀ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବିଶୋଇ ଥାନା ଅର୍ନ୍ତଗତ କେଶରଗାଡିଆ ଗ୍ରାମର ଦଶରଥ ସୋରେନ (୨୮) ଓ ତାଙ୍କ ସ୍ତ୍ରୀ ନାଗି ମାରାଣ୍ଡି (୨୨)ଙ୍କ ମଧ୍ୟରେ କୌଣସି କାରଣରୁ ଗତକାଲି ଝଗଡା ହୋଇଥିଲା ।

ଫଳରେ ଗତକାଲିଠାରୁ ଘରୁ କୁଆଡେ ପଳାଇଥିଲେ । ତେବେ ଆଜି ଅପରାହ୍ନରେ ତାଙ୍କ ବାଡି ପଛରେ ଥିବା ଏକ କରଞ୍ଜ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ବିଶୋଇ ପୁଲିସକୁ ଖବର ଦେବା ପରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏନେଇ ବିଶୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥାନାଧିକାରିଣୀ ମିନି ଭୋଇ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button