ରାଜ୍ୟ

“ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଇଓଡବ୍ଲୁ ହାତରେ ଗିରଫ, ୭ ଦିନିଆ ରମାଣ୍ଡ‌ରେ ଆସିଲା ଓଡ଼ିଶା – Ibnodisha

[ad_1]

ଭୁବନେଶ୍ବର: କ୍ରିପଟୋ ମାଇନିଂ ଜରିଆରେ ପୁଞ୍ଜି ସ୍କାମ ମାମଲାରେ “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଗିରଫ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରାଜସ୍ଥାନର ଶ୍ରୀଗଙ୍ଗନଗରରୁ ଗୁରୁଟେଜ ସିଙ୍ଗ ସିଦ୍ଧୁକୁ ଗିରଫ କରିଛି। ଗୁରୁଟେଜ୍‌ ସିଙ୍ଗ୍‌ ବଲିଉଡ ସେଲିବ୍ରେଟି ଗୋବିନ୍ଦାଙ୍କୁ ଡାକି କ୍ରିପ୍ଟୋ ଟୋକେନ୍”ର ପ୍ରମୋସନ କରୁଥିଲା। ଗୋଆରେ ବଡ଼ ଆୟୋଜନ କରି କୋଟି‌କୋଟି ଟଙ୍କା ପ୍ରମୋସନ ପାଇଁ ଖର୍ଚ୍ଚ କରାଯାଇଥିଲା। ଶ୍ରୀଗଙ୍ଗନଗରର ସ୍ଥାନୀୟ କୋର୍ଟରେ ହାଜର ପରେ ତାକୁ ୭ ଦିନ ରିମାଣ୍ଡରେ ଓଡିଶା ଅଣାଯାଇଛି।

ସୂଚନାଯୋଗ୍ୟ, ଦେଶର ଦୁଇ ଲକ୍ଷ ଲୋକଙ୍କ ଠାରୁ ଏହି ସଂସ୍ଥା ୧ ହଜାର କୋଟି ଟଙ୍କା ଠକିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦ ହଜାରରୁ ଅଧିକ ଲୋକ ପ୍ରାୟ ୩୦ କୋଟି ଟଙ୍କା ଏହି ଠକେଇର ଶିକାର ହୋଇଛନ୍ତି। ଇଓଡବ୍ଲୁ ଭଦ୍ରକର ଜଣେ ନିରୋଦ ଦାସଙ୍କୁ ମଧ୍ୟ ଗିରଫ କରିଛି ଯିଏ ଏସ୍‌ଟିଏ୍‌ର ଓଡିଶା ମୁଖ୍ୟ ବୋଲି ଜଣାପଡ଼ିଛି।

ଓଡିଶା ସମେତ ବିଭିନ୍ନ ଏସ୍‌ଟିଏ୍‌ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ଗୁରୁଟେଜ ସିଂ ଓ ହଙ୍ଗେରୀର ଏସ୍‌ଟିଏ୍‌ ଅପରେଟର ଡେଭିଡ ଗେଜ। ପରେ ଏହାର ସଦସ୍ୟତା ବଢ଼ାଇବା ପାଇଁ ଏସ୍‌ଟିଏ୍‌ ବିଭିନ୍ନ ସ୍ଥାନରେ ଅନେକ ପ୍ରଚାର କାର୍ଯ୍ୟକ୍ରମ କରିଥାଏ। ଭବିଷ୍ୟତର ସଦସ୍ୟମାନଙ୍କୁ ଆକୃଷ୍ଟ କରିବା ପାଇଁ ସେମାନେ ଏହିପରି ସଭାଗୁଡ଼ିକରେ ଫ୍ୟାନ୍ସ ହୋଟେଲ, ପ୍ରେରଣାଦାୟକ ବକ୍ତା, ସଙ୍ଗୀତ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ବ୍ୟବହାର କରନ୍ତି। ନୂତନ ସଦସ୍ୟ ଯୋଡ଼ିବା ପାଇଁ ସଦସ୍ୟମାନେ ବୋନସ୍ ଏବଂ ବିଭିନ୍ନ ରୟାଲ୍ଟି ପାଉଥିବା ବେଳେ ଡିପୋଜିଟ ଟଙ୍କାର ୬ ପ୍ରତିଶତ ଲୋକଙ୍କୁ ସୁଧ ହିସାବରେ ଦିଆଯାଉଥିଲା। ପରେ କମ୍ପାନିର ୱେବସାଇଟ ସହ ସମସ୍ତ ତଥ୍ୟ ଡିଲିଟ ହୋଇ ଯାଉଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button