ଦେଶ

କୁନୋରୁ ଚିତାଙ୍କ ସ୍ଥାନାନ୍ତର ଯୋଜନା ନାହିଁ – Ibnodisha

[ad_1]

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଥଇଥାନ କରାଯାଇଥିବା ଆଫ୍ରିକୀୟ ଚିତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାର ଚିତା ପ୍ରକଳ୍ପକୁ ସଫଳ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ କୌଣସି ପରିସ୍ଥିତିରେ କୁନୋ ପାର୍କରୁ ଏମାନଙ୍କୁ ଅନ୍ୟତ୍ର ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଆଫ୍ରିକାର ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ଗତବର୍ଷ ମୋଟ ୨୦ଟି ଚିତାଙ୍କୁ ଅଣାଯାଇ ମଧ୍ୟପ୍ରଦେଶର ସିଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ପାର୍କରେ ଛଡାଯାଇଥିଲା । ଇତିମଧ୍ୟରେ ବିଭିନ୍ନ କାରଣରୁ ୯ଟି ଚିତା ପ୍ରାଣ ହରାଇସାରିଲେଣି । ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିସାରିଛନ୍ତି । ଯାଦବ କହିଛନ୍ତି ଯେ ଚିତା ମୃତ୍ୟୁକୁ ନେଇ ଆଫ୍ରିକାର ଚିତା ବିଶେଷଜ୍ଞଙ୍କ ସହ ନିୟମିତ ପରାମର୍ଶ କରାଯାଉଛି । କୁନୋ ପାର୍କରେ କାର୍ଯ୍ୟରତ ପଶୁ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଭଲଭାବେ ଚିତାଙ୍କ ରକ୍ଷଣାବେକ୍ଷଣ ଉପରେ ନଜର ରଖୁଛନ୍ତି । କୁନୋ ପାର୍କକୁ ଆସିବାପରେ ୪ ଚିତା ଶାବକ ଜନ୍ମଗ୍ରହଣ କରିଥିଲେ । ୯ ଚିତାଙ୍କ ମୃତ୍ୟୁପରେ ବର୍ତ୍ତମାନ କୁନୋ ପାର୍କରେ ଚିତା ସଂଖ୍ୟା ୧୫କୁ ହ୍ରାସ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button