ମନୋରଞ୍ଜନ

୨୨ବର୍ଷ ପୂର୍ବେ ଫିଲ୍ମ ଚାଲିବନି ବୋଲି କହୁଥିଲେ, ଏବେ ସିକ୍ବେଲ ଆସିବାକୁ ଯାଉଛି: ଶକ୍ତିମାନ ତଲୱାର – Ibnodisha

[ad_1]

ମୁମ୍ବାଇ: ‘ଦହେଜ ମେଁ କହିଁ ଲାହୌର ନା ଲେ ଜାଏ…’ ଯେତେବେଳେ ଏହି ସଂଳାପ ସହିତ ‘ଗଦର ୨’ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଥିଲା, ସେତେବେଳେ ଏହାକୁ ସୋସିଆଲ ମିଡିଆରେ ଲୋକେ ପସନ୍ଦ କରିଥିଲେ। ଟ୍ରେଲର ପରଠାରୁ ଏହାର ସଂଳାପ ଏବଂ ଏଥିରେ ଥିବା ଆକ୍ସନ ଦୃଶ୍ୟକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏପରିକି ୨୨ବର୍ଷ ପୂର୍ବେ ରିଲିଜ୍ ହୋଇଥିବା ଫିଲ୍ମ ଗଦର ଏହାର ସଂଳାପ ଯୋଗୁଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଥିଲା ​। ତେବେ ଏହି ସଂଳାପଗୁଡ଼ିକର ଶ୍ରେୟ ଚଳଚ୍ଚିତ୍ରର ଲେଖକ ଶକ୍ତିମାନ ତଲୱାରଙ୍କୁ ଯିବ। ତାଙ୍କର ଲେଖା ପାଇଁ ଫିଲ୍ମଟି ଅଧିକ ପ୍ରଭାବଶାଳୀ ହୋଇଥିବା ବେଳେ ଏବେ ଶକ୍ତିମାନ ୨୨ବର୍ଷ ପୂର୍ବରୁ ଅନେକ ଅଜଣା କଥା ଜଣାଇଛନ୍ତି।

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଶକ୍ତିମାନ କହିଛନ୍ତି, ଯେତେବେଳେ ମୁଁ ଫିଲ୍ମର କାହାଣୀ ଲେଖୁଥିଲି ସେତେବେଳେ ବିଦେଶରେ ଯାଇ ଫିଲ୍ମ ସୁଟିଂ କରିବାର ଟ୍ରେଣ୍ଡ ଚାଲିଥିଲା। ହେଲେ ଗଦରର ସୁଟିଂ ବିଦେଶରେ ହୋଇନଥିବାରୁ ଏହାକୁ ଦର୍ଶକ ପସନ୍ଦ କରିବେନି ବୋଲି ଅନେକ‌ ଲୋକ କହିଥିଲେ। କିଛି ଲୋକ କାହାଣୀ ବିଷୟରେ ଜାଣି ଫିଲ୍ମ ନିର୍ମାଣ ନକରିବାକୁ କହିଥିଲେ। ହେଲେ ଫିଲ୍ମର ସଫଳତା ପ୍ରମାଣ କଲା ଯେ, ଯଦି କାହାଣୀ ଭଲ ତେବେ ତାକୁ ସଫଳ ହେବାରୁ କେହି ରୋକିପାରିବେନି। ଆମ ଚଳଚ୍ଚିତ୍ରରେ କୌଣସି ବିଦେଶୀ ସ୍ଥାନ ନଥିଲା କିମ୍ବା ଏଥିରେ କୌଣସି ଗ୍ଲାମରସ୍ ଦୃଶ୍ୟ ନଥିଲା। ଏହା ସତ୍ତ୍ବେ ଲୋକମାନେ ଚଳଚ୍ଚିତ୍ରକୁ ଗ୍ରହଣ କରିଥିଲେ। ଏହି କାରଣରୁ ଏବେ ଏହାର ସିକ୍ବେଲ ନିର୍ମାଣ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button