ରାଜ୍ୟ

ବିଜେପିର ମିଶ୍ରର ପର୍ବ – Ibnodisha

[ad_1]

ଭୁବନେଶ୍ୱର : ପଦ୍ମ ଧରିଲେ ଅରବିନ୍ଦ ଢାଲି । ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିଲେ ଅରବିନ୍ଦ ଢାଲି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି । ୫ ଥରର ବିଧାୟକ ଥିଲେ ଅରବିନ୍ଦ ଢାଲି । ମାଲକାନାଗିରିରୁ ୩ ଥର ଜିତିଥିଲେ । ଏବେ ଜୟଦେବରୁ ବିଧାୟକ ଅଛନ୍ତି ଅରବିନ୍ଦ ଢାଲି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ବିଧାୟକ ଅରବିନ୍ଦ ଢାଲି । ଏହାବ୍ୟତୀତ ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢି , ଦୁଷ୍ମନ୍ତ ସ୍ୱାଇଁ  ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ୨୦୧୯ରେ ଢାଲି ପୁଣି ଜୟଦେବରୁ ଜିତିଥିଲେ ହେଁ ଏଠାରେ କେତେକ ବିଜେଡି ନେତା ତାଙ୍କୁ ଖୋଲା ବିରୋଧ କରିଆସୁଥିଲେ। ‘ଆମ ସଂଗଠନ’ ନାଁରେ ଢାଲିଙ୍କୁ ଜୋରଦାର ବିରୋଧ କରାଯାଉଥିବାବେଳେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମ ସଂଗଠନ ପ୍ରାର୍ଥୀ ୬ଟି ଜିଲ୍ଲା ପରିଷଦ ଜୋନ୍ ହାତେଇବା ସହ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ବି ହାତେଇଥିଲା। ସୂଚନାଯୋଗ୍ୟ ଯେ ଶ୍ରୀ ଢାଲି କିଛି ଦିନ ପୂର୍ବରୁ ସରଦେଇପୁର ଡାକବଙ୍ଗଳାରେ ଏକ ବନ୍ଧୁ ମିଳନରେ ଆୟୋଜନ କରି ଦଳ ଛା଼ଡ଼ିବା ସଂପର୍କରେ ସଙ୍କେତ ଦେଇଥିଲେ। ଅପରପକ୍ଷେ ଢାଲି ବିଜେଡି ଛାଡ଼ିବା ପରେ ଏବେ ଜୟଦେବ ଟିକେଟ୍ ଦୌଡ଼ରେ ସମାଜସେବୀ ତଥା ଫିଲ୍ମ ନିର୍ମାତା ସତ୍ୟପ୍ରିୟ ବେହେରା, ଅକ୍ଷୟ ବେହେରା ଏବଂ ନାରୀ ନେତ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଶୁଭଦର୍ଶିନୀଙ୍କ ନାଁ ଚର୍ଚ୍ଚା ହେଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button