ଅପରାଧ

ଦୁଷ୍କର୍ମ କରି ଜେଲ ଯାଇଥିଲା, ଫେରିବା ପରେ ପୁଣି କଲା ଏମିତି କାଣ୍ଡ… – Ibnodisha

[ad_1]

ବ୍ୟୁରୋ : ମଧ୍ୟପ୍ରଦେଶରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ଜେଲରୁ ଫେରିବା ପରେ ପୁଣି ସମାନ କାଣ୍ଡ ଘଟାଇଛି। ସେ ପ୍ରଥମେ ଗୋଟିଏ ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲଦଣ୍ଡ ଭୋଗିଥିଲା।ଜେଲ ଦଣ୍ଡ ଭୋଗିବା ପରେ ସେ ପ୍ରାୟ ଦେଢ଼ ବର୍ଷ ତଳେ ଜେଲରୁ ବାହାରିଥିଲା। ଜେଲରୁ ଆସିବା ପରେ ବ୍ୟକ୍ତି ଜଣକ ବୁଧବାର ସନ୍ଧ୍ୟାରେ ଆଉ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ବୁଧବାର ସନ୍ଧ୍ୟାରେ ରାଜ୍ୟର ସତନା ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ପୁଲିସ୍‌ ଆଜି ଏନେଇ ସୂଚନା ଦେଇଛି।ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଲା ୩୫ ବର୍ଷୀୟ ରାକେଶ ବର୍ମା। ତା’ ଘର ସତନାର କ୍ରିଷ୍ଣା ନଗର ଅଞ୍ଚଳରେ। ରାକେଶ ବୁଧବାର ସନ୍ଧ୍ୟାରେ ନାବାଳିକାଙ୍କୁ କଥା ଛଳରେ ଗେହ୍ଲ କରିଥିଲା। ଏହାପରେ ତାଙ୍କୁ ସାଙ୍ଗରେ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ଯୋଗୁ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରେୱା ମେଡିକାଲ କଲେଜ ହସ୍ପିଟାଲକୁ ପଠା ଯାଇଛି।ସିଟି ଏସ୍‌ପି ମହେନ୍ଦ୍ର ସିଂହ ଚୌହାନ କହିଛନ୍ତି, ୧୨ ବର୍ଷ ତଳେ ରାକେଶ ଜଣେ ସାଢ଼େ ୪ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲା। ଏଥିପାଇଁ ସେ ଦୋଷୀ ସାବ୍ୟସ୍ତ ହେବା ସହ ୧୦ ବର୍ଷର ଜେଲଦଣ୍ଡ ପାଇଥିଲା। ସେ ୭ ବର୍ଷ ଜେଲରେ ରହିବା ପରେ କ୍ଷମା ନୀତି ବଳରେ ତାକୁ ଖଲାସ କରି ଦିଆଯାଇଥିଲା। ପ୍ରାୟ ଦେଢ଼ ବର୍ଷ ତଳେ ସେ ଜେଲରୁ ବାହାରି ସ୍ୱାଭାବିକ ଜୀବନ ବିତାଉଥିଲା।ତେବେ ବୁଧବାର ରାକେଶ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ନାବାଳିକାଙ୍କୁ ରାକେଶ ଜଗତଦେବ ତାଲାବ ନିକଟରୁ ପ୍ରଥମେ ନିଜ ସହ ନେଇ ଯାଇଥିଲା। ସନ୍ଧ୍ୟା ୫ଟା ବେଳେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏ ଖବର ମିଳିବା ପରେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ନାବାଳିକା ଜଣଙ୍କ ଗୋଟିଏ ନିଛାଟିଆ ସ୍ଥାନରୁ ମିଳିଥିଲେ।ସ୍ଥାନୀୟ ହସ୍ପିଟାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରେୱା ପଠାଯାଇଛି। ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସିଟି ଏସ୍‌ପି ମହେନ୍ଦ୍ର ସିଂହ ଚୌହାନ ସୂଚନା ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button