ଖେଳ

ମ୍ୟାଚ୍ ମଝିରେ ଭାରତକୁ ଝଟକା; ରିଟାୟର୍ଡ ହଟ୍ ହୋଇ ପ୍ୟାଭିଲିୟନ ଫେରିଲେ ଶୁଭମନ ଗିଲ୍ – Ibnodisha

[ad_1]

ବ୍ୟୁରୋ : ମ୍ୟାଚ୍ ମଝିରେ ଭାରତକୁ ଝଟକା । କ୍ରିଜରେ ଜମି ଆସୁଥିବା ବେଳେ ରିଟାୟର୍ଡ ହର୍ଟ ହେଲେ ଭାରତୀୟ ବ୍ୟାଟର ଶୁଭମନ ଗିଲ । ୭୯ ରନ୍ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ କ୍ରିଜ୍ ଛାଡିଛନ୍ତି ଶୁଭମନ । ଶତକରୁ ମାତ୍ର ୨୧ ରନ ଦୂରରେ ଥିବା ବେଳେ ଜଂଘରେ ଯନ୍ତ୍ରଣା ଅନୁଭବ କରିଥିଲେ ଗିଲ । ଏଭଳି ଅବସ୍ଥାରେ କ୍ରିଜରେ ରହିବା ଉଚିତ୍ ମଣିନଥିଲେ ଗିଲ୍ । ଯନ୍ତ୍ରଣା ଯେପରି ଅଧିକ ନ ବଢୁ ସେଥିପାଇଁ ମ୍ୟାଚ୍ ମଝିରୁ କ୍ରିଜ ଛାଡିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯନ୍ତ୍ରଣାରୁ ଉପଶମ ମିଳିଲେ ଗିଲ୍ ପୁଣିଥରେ କ୍ରିଜକୁ ଫେରିବେ । ଯେହେତୁ ଏବେ ଯନ୍ତ୍ରଣା ବଢିଛି ତେଣୁ କୌଣସି ରିସ୍କ ନେବାକୁ ଚାହିଁନଥିଲା ଟିମ୍ ମ୍ୟାନେଜମେଣ୍ଟ । ଗିଲଙ୍କ ବଦଳରେ ବ୍ୟାଟିଂ କରିବାକୁ ଆସିଛନ୍ତି ଶ୍ରେୟସ ଆୟର । ଉଭୟ ଆୟର ଓ କୋହଲିଙ୍କ ଠାରୁ ବଡ ଇନିଂସର ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button