ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନି ସଦସ୍ୟ ଗିରଫ – Ibnodisha

[ad_1]
ମୟୂରଭଞ୍ଜ : ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୩ ସଦସ୍ୟ ପୋଲିସ ହାତରେ ଗିରଫ। ଡ଼କାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଡକାୟତି ଯୋଜନା କରୁଥିବା ବେଳେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ଧଳା ରଙ୍ଗର ମାରୁତି ସୁଇଫ୍ଟ ଡିଜାୟାର କାର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରୀ, ଲୁହା ରୋଡ଼, ତିନୋଟି ଆଲୁମିନିୟମ ପ୍ଲେଟ, ତିନୋଟି ମୋବାଇଲ ଫୋନ, ତିନୋଟି ଏଟିଏମ୍ କାର୍ଡ, ତିନୋଟି ଆଧାର କାର୍ଡ ଓ କିଛି ଟଙ୍କା ଜବତ କରିଛି ପୋଲିସ।
ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲେ ଝାଡ଼ଖଣ୍ଡ ରାଜ୍ୟର ଷଢେଇକଳା ଖରସୁଆଁ ଜିଲ୍ଲା ଅନ୍ତର୍ଗତ ଆଦିତ୍ୟପୁର ଅଞ୍ଚଳର ମୁକେଶ ତିୱାରୀ (୩୬) ଓ ଅନ୍ୟ ଦୁଇଜଣ ଉତ୍ତରପ୍ରଦେଶ ରାଜ୍ୟ ଗାଜିପୁର ଜିଲ୍ଲା ଖାନପୁର ଥାନା ଅର୍ନ୍ତଗତ ବେହ୍ଲାରୀ ଗାଁର ଖାଇରୁଲ ବାସାର (୩୨) ଓ ଏମଡି ଇରସାଦ (୩୩)। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ। ସୂଚନା ଅନୁଯାୟୀ, ଗତକାଲି ରାତିରେ ରାଇରଙ୍ଗପୁର ଟାଉନଥାନା ଅର୍ନ୍ତଗତ ଭାଲୁବସା ଗ୍ରାମ ନିକଟସ୍ଥ ପେଟ୍ରୋଲ ପଛପଟେ ଥିବା ଶୁନଶାନ୍ ସ୍ଥାନରେ ଚାରି ପାଞ୍ଚ ଜଣ ଡକାୟତ ଡକାୟତି କରିବା ପାଇଁ କିଛି ଯୋଜନା କରୁଥିଲେ। ତେବେ ସେହି ସମୟରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ରାସ୍ତା କଡରେ ଏକ ମାରୁତି ସୁଇଫ୍ଟ ଡିଜାୟାର କାର୍ ଛିଡ଼ା ହୋଇଥିବା ଏବଂ ଶୁନଶାନ୍ ସ୍ଥାନରେ ଚାରି ପାଞ୍ଚ ଜଣ କିଛି ଯୋଜନା କରୁଥିବା ଦେଖି ସନ୍ଦେହ କରିଥିଲେ।
ଅନ୍ଧାରରେ ରାଇରଙ୍ଗପୁର ଟାଉନଥାନା ପୋଲିସ ସେଥିମଧ୍ୟରୁ ତିନିଜଣଙ୍କୁ ଧରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇ ଯାଇଥିଲେ। ତିନି ଜଣଙ୍କୁ ପୋଲିସ ଧରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ଖେଳନା ବନ୍ଧୁକ ଓ ବ୍ୟବହାର କରୁଥିବା ମାରୁତି ସୁଇଫ୍ଟ ଡିଜାୟାର କାର୍ ଜବତ କରିଥିଲେ। ତେବେ ତିନିଜଣ ଅଭିଯୁକ୍ତ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୋଲିସ ନିକଟରେ ସ୍ବୀକାର ରିଥିଲେ। ଏହି ଗ୍ୟାଙ୍ଗ ଚତୁରତାର ସହିତ ଏଟିଏମ୍ ରୁ ମଧ୍ଯ ଟଙ୍କା ଲୁଟ କରୁଥିବା ଓ ବରଗଡ଼ରେ ଅପରାଧିକ ମାମଲାରେ ଜେଲ ଯାଇ ଏଇ କିଛିଦିନ ତଳେ ଜାମିନରେ ଆସିଥିବା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି। ତେବେ ଆଜି ତିନିଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ।
[ad_2]