ରାଜ୍ୟ

ଗାଡ଼ି ଧକ୍କାରେ ଦମ୍ପତି ମୃତ – Ibnodisha

[ad_1]

ଆଠଗଡ଼: ଆଠଗଡ଼ରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଯାଉଥିବା ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଦମ୍ପତି ବାଇକ୍‌ରେ ଆସୁଥିବା ବେଳେ ଗାଡ଼ି ସହ ଧକ୍କା ହୋଇଥିଲା। ପୁରୁଣାକଟକ ସମ୍ବଲପୁର ରାସ୍ତା ଆଙ୍କୁଲା ପାଖରେ ଥିବା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଥିବା ପାରିଜାତ ହୋଟେଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବାଇକ୍‌ରେ ଯାଉଥିବା ଦମ୍ପତି ଢ଼େଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବୋଲି କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତ ଦମ୍ପତିଙ୍କୁ ହସ୍ପିଟାଲକୁ ନେଇଛି।

ଏନେଇ ଅଧିକ ତଦନ୍ତ ଜାରି ରହିଛି। ନାତିର ଦେହ ଖରାପ ଥିବାରୁ ଆଠଗଡ ଡାକ୍ତରଖାନାକୁ ଦେଖିବାକୁ ଆସୁଥିଲେ ଅଜା,ଆଇ। ହେଲେ ବିଧିର ବିଧାନ ଥିଲା ଅଲଗା। ସେମାନେ ଅଳ୍ପ ଦୂରରେ ଥିବା ମେଡିକାଲରେ ପହଞ୍ଚିଥାନ୍ତେ କିନ୍ତୁ ଅଧା ବାଟରେ ଅଜଣା ଗାଡି ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦମ୍ପତି ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର। ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ମୃତଦେହକୁ ଜବତକରି ତଦନ୍ତ ଚଳାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button