ରାଜ୍ୟ

” ଆଜିର ଅନୁଚିନ୍ତା “ – Ibnodisha

[ad_1]

ସମ୍ପର୍କ ରକ୍ତରେ ନ ଥାଏ ,ସମ୍ପର୍କ ବୁଶ୍ବାସରେ ଥାଏ,ଯଦି ବିଶ୍ବାସ ରହିଯାଏ ,ତେବେ ପର ନିଜର ହୁଏ,ଆଉ ଯଦି ବିଶ୍ବାସ ନ ଥାଏ ,ନିଜ ରକ୍ତ ବି ପର ହୋଇଯାଏ !!”

ବଡ ଅଜବ ଦୁନିଆ ଇଏ , ଏଠି ମିଛ ନୁହେଁ ସତ କହିଲେ ସମ୍ପର୍କ ଭାଙ୍ଗି ଯାଉଛି ଆଉ ଯେତେ ଅଧିକ ଭଲ ପାଇବା ଦେବ ସେତେ ଅଧିକ ସନ୍ଦେହ କରିବେ !!”

ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରି ଗଲେ ବାଟବଣା ହେବାକୁ ପଡେ,ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି,ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରିହୋଇଥାଏ !!”
.
ଈଶ୍ବରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ଖୁସିରେ ଗ୍ରହଣ କରନ୍ତୁ….

କାରଣ

ଯାହା ଆପଣଙ୍କୁ ଭଲ ଲାଗିଥାଏ ଈଶ୍ୱର ତାହା ଦିଅନ୍ତି ନାହିଁ କିନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହୋଇଥାଏ ଈଶ୍ୱର ତାହା ହିଁ ଦିଅନ୍ତି….

ଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ୟ ଅପ୍ରେଲ ମାସ ୦୩ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- କୃଷ୍ଣପକ୍ଷ
ତିଥି- ନବମୀ ରାତ୍ରି ଘ୦୬/୪୪ ଗତେ ଦଶମୀ
ନକ୍ଷତ୍ର- ଉତ୍ତରାଷାଢା ରାତ୍ରି ଘ୧୦/୩୪ ଗତେ ଶ୍ରବଣା
ଚନ୍ଦ୍ର-ମକର
ଯୋଗ- ଶିବ
କରଣ – ତୈତିଳ
ସୌରମାସ- ମୀନ ୨୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୧୫
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୪ ଗତେ ଉତ୍ତରେ
ନବମୀ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶି ର ଘାତ ଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୪ ଗତେ ଘ୧୦/୧୭ ମଧ୍ୟେ
ବାରବେଳା – ଦିବା ଘ୧୧/୪୮ ଗତେ ଘ୦୧/୨୨ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୮ ମଧ୍ୟେ ଓ ଘ୦୧/୨୩ଗତେ ଘ୦୧/୪୨ ମଧ୍ୟେ ଓ ରାତ୍ରି ଘ୦୬/୪୭ଗତେ ଘ୦୯/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଘ୦୪/୫୦ଗତେ ଘ୦୫/୪୨ ମଧ୍ୟେ ଓ ରାତ୍ରି ଘ୦୯/୧୧ଗତେ ଘ୧୦/୪୭ ମଧ୍ୟେ
═✧*══•❁❀❁•═════✧
*ଅଦ୍ୟ ଲାଉ ଭକ୍ଷଣ ନିଷେଧ
✧═════•❁❀❁•═════✧
* ଆଜିର ରାଶିଫଳ*
✧═════•❁❀❁•═════✧
ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
✧═════•❁❀❁•═════✧
ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
✧═════•❁❀❁•═════✧
ମିଥୁନ : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
✧═════•❁❀❁•═════✧

କର୍କଟ : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════✧
ସିଂହ : ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
✧═════•❁❀❁•═════✧
କନ୍ୟା : ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
✧═════•❁❀❁•═════✧
ତୁଳା: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
✧═════•❁❀❁•═════✧
ବିଛା : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
✧═════•❁❀❁•═════✧
ଧନୁ : ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
✧═════•❁❀❁•═════✧
ମକର : ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
✧═════•❁❀❁•═════✧
କୁମ୍ଭ : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
✧═════•❁❀❁•═════✧
ମୀନ : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button