ଦେଶ

ଲୋକସଭାରୁ ୩ ସାଂସଦ ନିଲମ୍ବିତ; ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି – Ibnodisha

[ad_1]

ନୂଆଦିଲ୍ଲୀ: ଶୀତ ଅଧିବେଶନର ଅନ୍ତିମ ଦିବସର ଠିକ୍ ଦିନକ ପୂର୍ବରୁ ଲୋକସଭାକୁ ସାଇନ୍ ଡାଏ ଘୋଷଣା କରାଯାଇଛି । ତେବେ ଗୁରୁବାର ଲୋକସଭାରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ପୁଣିଥରେ ୩ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭା ବାଚସ୍ପତି ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସ ଏମ୍‌ପି ନକୁଳନାଥ, ଡିକେ ସୁରେଶ ଏବଂ ଦୀପକ ବୈଜଙ୍କୁ ନିଲମ୍ବିତ କରିଛନ୍ତି ।

ଏହା ସହିତ ନିଲମ୍ବନ ସାଂସଦଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି । ଏମ୍‌ପିଙ୍କ ନିଲମ୍ବନ ପ୍ରକ୍ର୍ରିୟା ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ ବିରୋଧୀ ଏମ୍‌ପିମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିବୃତି ଦାବି କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button