ଦେଶ

ସନ୍ଧ୍ୟାରେ ବନାଇ ଖାଆନ୍ତୁ ଟେଷ୍ଟି ‘ଦହି ବ୍ରେଡ଼ ରୋଲ’

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି। ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର ସ୍ୱାଦ ଦେବା ସହିତ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨ଟି ଆଳୁ
– ୧ ଛୋଟ ଚାମଚ ପନୀର
-୨ ବଡ ଚାମଚ ଦହି
-୧ ପ୍ୟାକେଟ ରେଡିମେଡ ମସଲା ମ୍ୟାଜିକ
-୧ ବଡ ଚାମଚ ତେଲ
– ଅଳ୍ପ ଧନିଆ ପତ୍ର
-ଲୁଣ ସ୍ଵାଦନୁସାରେ
– ୧/୪ ଚାମଚ ଗୋଲମରିଚ ପାଉଡର
– ୨ ଚାମଚ ମଇଦା

ପ୍ରସ୍ତୁତି ପ୍ରଣାଳୀ

  • ବ୍ରେଡ଼, ମଇଦା ଏବଂ ଛାଣିବା ପାଇଁ ତେଲକୁ ଛାଡି ପାତ୍ରରେ ସମସ୍ତ ସାମଗ୍ରୀର ମିଶ୍ରଣ କରନ୍ତୁ।
  • ମଇଦାରେ ୧ ଟେବୁଲ ଚାମଚ ପାଣି ମିଶାଇ ପତଳା ଘୋଳ ପ୍ରସ୍ତୁତ କରନ୍ତୁ।
  • ଏକ ବ୍ରସ ସାହାଯ୍ୟରେ ବ୍ରେଡ଼ ଉପରେ ପାଣି ଲଗାନ୍ତୁ।
  • ବେଲଣାରେ ବେଲି ବ୍ରେଡ଼କୁ ପତଳା କରିଦିଅନ୍ତୁ।
  • ୧ ଟେବୁଲ ଚାମଚ ମିକ୍ସ କରି ରଖିଥିବା ମିଶ୍ରଣକୁ ବ୍ରେଡ଼ ରୋଲ ଭିତରେ ଭର୍ତ୍ତି କରି ରୋଲ କରନ୍ତୁ।
  • ଏହାପରେ ଏହାର ଚାରି ପାଖକୁ ଘୋଳ ଲଗାଇ ବ୍ରେଡ଼କୁ ରୋଲ କରନ୍ତୁ।
  • ଏବେ କଡ଼ାରେ ତେଲ ଗରମ କରି ଏହି ବ୍ରେଡ଼ ରୋଲକୁ ଧୀମା ଆଞ୍ଚରେ ଛାଣନ୍ତୁ।
  • ଏହା ସୁନେଲି ରଙ୍ଗ ହେବା ପରେ ପ୍ଲେଟକୁ କାଢି ଦିଅନ୍ତୁ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button