ବିବିଏଲ୍: ଟମ୍ କୁରାନ୍ ଚାରିଟି ମ୍ୟାଚ୍ରୁ ବାସନ୍ଦ – Ibnodisha

[ad_1]
ସିଡ୍ନୀ: ଚଳିତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ର ହୋବାର୍ଟ ହରିକେନ୍ସ ଓ ସିଡ୍ନୀ ସିକ୍ସର୍ସ ମଧ୍ୟରେ ଖେଳାଯିବାକୁ ଥିବା ଏକ ମ୍ୟାଚ୍ ପୂର୍ବରୁ ଅମ୍ପାୟାରଙ୍କୁ ଭୟଭୀତ କରାଇବା ଘଟଣାରେ ଇଂଲଣ୍ଡ୍ ଫାଷ୍ଟ୍ ବୋଲର୍ ଟମ୍ କୁରାନ୍ଙ୍କୁ ଟୁର୍ଣ୍ଣାମେଣ୍ଟ୍ର ଚାରିଟି ମ୍ୟାଚ୍ରୁ ବାସନ୍ଦ କରାଯାଇଛି । କୁରାନ୍ଙ୍କ ବିରୋଧରେ କ୍ରିକେଟ୍ ଅଷ୍ଟ୍ରେଲିଆ ଆଚରଣ ବିଧିର ଧାରା ୩ ଅନୁଯାୟୀ ଅଭିଯୋଗ ଆଣିଛି । ମ୍ୟାଚ୍ ପୂର୍ବରୁ ଅମ୍ପାୟାରଙ୍କ ମୌଖିକ ନିର୍ଦ୍ଦେଶ ସତ୍ତ୍ୱେ କୁରାନ୍ ପିଚ୍ର କିଛି ଅଂଶକୁ ଦୌଡ଼ି ଯାଇଥିଲେ । କୁରାନ୍ଙ୍କୁ ପିଚ୍ରୁ ଦୂରେଇ ଯିବାକୁ ଅମ୍ପାୟାର୍ କହିଥିଲେ ମଧ୍ୟ ସେ ଦ୍ରୁତ ଗତିରେ ତାଙ୍କ ଆଡ଼କୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ ।
ପରେ ମ୍ୟାଚ୍ ରେଫରି ଧାରା ୨.୧୭ ଅନୁଯାୟୀ ଅମ୍ପାୟାରଙ୍କୁ ଧମକାଇବା କିମ୍ବା ଧମକାଇବାକୁ ଚେଷ୍ଟା କରିବା ଅଭିଯୋଗରେ କୁରାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମ୍ୟାଚ୍ ପରେ ମ୍ୟାଚ୍ ରେଫରି କୁରାନ୍ଙ୍କୁ ଚାରିଟି ସସ୍ପେନ୍ସନ୍ ପଏଣ୍ଟ୍ ପ୍ରଦାନ କରିବା ସହ ଟୁର୍ଣ୍ଣାମେଣ୍ଟ୍ର ଚାରିଟି ମ୍ୟାଚ୍ରୁ ବ୍ୟାନ୍ କରିଛନ୍ତି । ଏହି ନିଷ୍ପତ୍ତି ସିଡ୍ନି ସିର୍କ୍ସ ନିଜ ଅସହମତି ପ୍ରକାଶ ସହ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବ ବୋଲି କହିଛି ।
ସିଡ୍ନୀ ସିକ୍ସର୍ସର ମୁଖ୍ୟ ରାଚେଲ୍ ହେନ୍ସ କହିଛନ୍ତି ଯେ ଟମ୍ ଜାଣିଶୁଣି ମ୍ୟାଚ୍ ଅଧିକାରୀଙ୍କୁ ଭୟଭୀତ କରିନଥିବା ସେ ଏବଂ କ୍ଲବ୍ ଅନୁଭବ କରୁଛନ୍ତି । ଆଇନଗତ ପରାମର୍ଶ ଅନୁଯାୟୀ, ଆମେ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବାର ଅଧିକାର ପ୍ରୟୋଗ କରିବୁ । ଆମେ ଟମ୍ଙ୍କୁ ସମର୍ଥନ କରୁଛି ଏବଂ ସେ ପୁଣି ପଡ଼ିଆକୁ ଫେରିବେ ବୋଲି ଆଶା ରଖିଛୁ ବୋଲି ହେନ୍ସ କହିଛନ୍ତି ।
[ad_2]