ଖେଳ

ଆଇପିଏଲ ୨୦୨୪ : ଆଜି ଲକ୍ଷ୍ନୌ ବନାମ ମୁମ୍ବାଇ ମୁକାବିଲା – Ibnodisha

[ad_1]

ଲକ୍ଷ୍ନୌ : ମଙ୍ଗଳବାର ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ନବାବ୍‌ଙ୍କର ଏହି ସହରରେ ଘରୋଇ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସର ମୁକାବିଲା କରିବ। ଶେଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସର ମୁକାବିଲା କରିଥିଲା ଲକ୍ଷ୍ନୌ। ଏହା ଭଲ ସ୍କୋର୍ କରିଥିଲେ ହେଁ ବୋଲରଙ୍କ ବିଫଳତା ଯୋଗୁଁ ଲକ୍ଷ୍ନୌ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସଠାରୁ ତା’ର ଶେଷ ମ୍ୟାଚ୍‌ ହାରିଥିଲା ମୁମ୍ବଇ। ଚଳିତ ସଂସ୍କରଣରେ ଏହ ମୁମ୍ବଇର କ୍ରମାଗତ ୨ୟ ଏବଂ ମୋଟଉପରେ ୬ଷ୍ଠ ପରାଜୟ। ଫଳରେ ଏବେ ଲକ୍ଷ୍ନୌ ପଏଣ୍ଟ ଟେବୁଲ୍‌ର ୫ମ ସ୍ଥାନରେ ଏବଂ ମୁମ୍ବଇ ୯ମ ସ୍ଥାନରେ ରହିଛନ୍ତି।.ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ଆଇପିଏଲ୍‌ରେ ୪ ଥର ମୁକାବିଲା ହୋଇଛି। ଏଥିରୁ ଲକ୍ଷ୍ନୌ ୩ ଥର ଓ ମୁମ୍ବଇ ଥ​‌ରେ ଜିତିଛି। ଚଳିତ ସଂସ୍କରଣରେ ନୂଆ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ମୁମ୍ବଇ ତା’ର ଖ୍ୟାତି ଓ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ପାରିନାହିଁ। ପ୍ରଥମ ୩ଟି ମ୍ୟାଚ୍‌ ମୁମ୍ବଇ ହାରିବା ପରେ କ୍ରମାଗତ ୨ଟି ମ୍ୟାଚ୍‌ ଜିତି ବିଜୟଧାରାକୁ ଫେରିଥିଲା। ହେଲେ ଗତ ୪ଟି ମ୍ୟାଚ୍‌ରୁ ଏହା ମାତ୍ର ଗୋଟିଏ ମ୍ୟାଚ୍‌ ଜିତିପାରିଛି। ଫଳରେ ୯ଟି ମ୍ୟାଚ୍‌ ପରେ ମାତ୍ର ୬ ପଏଣ୍ଟ ସହ ମୁମ୍ବଇ ୯ମ ସ୍ଥାନରେ ରହିଛି। ତେଣୁ ମଙ୍ଗଳବାର ମ୍ୟାଚ୍‌ ମୁମ୍ବଇ ପାଇଁ ପ୍ରାୟ ‘କର ବା ମର’ ମ୍ୟାଚ୍‌ ହେବ। ଅନ୍ୟପକ୍ଷରେ ଯୁବ ଖେଳାଳିଙ୍କୁ ନେଇ ଗଠିତ ଲକ୍ଷ୍ନୌ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button