Vastu Tips- ଘରର ମୁଖ୍ୟ ଦ୍ଵାର ଆଗରେ ରଖନ୍ତୁ ନାହିଁ ଏହି 4ଟି ଜିନିଷ, ଆସିଥାଏ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଘରର ପ୍ରବେଶ ଦ୍ୱାର ହିଁ ଘରେ ନକରାତ୍ମକ ଏବଂ ସକରାତ୍ମକ ଉର୍ଜା କୁ ଆଣିଥାଏ । ଯଦି ମୁଖ୍ୟ ଦ୍ୱାର ର ବାସ୍ତୁ ଠିକ ହୋଇ ନଥିବ ତେବେ ଘରକୁ ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାନ୍ତି ।
ଏହା ଦ୍ୱାରା ଘରେ ଝଗଡା ଦୁଃଖ ଅଶାନ୍ତ ଆଦି ହୋଇଥାଏ । ଏହା ଛଡା ଧନ ର ହାନି ମଧ୍ୟ ହୋଇଥାଏ । ସେଥିପାଇଁ ଘରର ମୁଖ୍ୟ ଦ୍ୱାର ର ବାସ୍ତୁ କୁ ଠିକ କରିବା ଉଚିତ ଏବଂ ଆବଶ୍ୟକ ।
ବାସ୍ତୁ କୁ ସଠିକ ଭାବେ ରଖିବା ଉଚିତ ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ସକରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ କେବେବି ଘର ର ମୁଖ୍ୟ ଦ୍ୱାର ଆଗରେ ରଖିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧- ବନ୍ଧୁଗଣ ପ୍ରଥମ ରେ ହେଉଛି ଯେଉଁ ଘରର ମୁଖ୍ୟ ଦ୍ୱାର ର କବାଟ ଠିକ ଭାବରେ ଖୋଲି ନଥାଏ ସେହି ଘରେ କେବେବି ସୁଖ ସମୃଦ୍ଧି ପ୍ରତୀ ହୋଇ ନଥାଏ ଏବଂ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ । ତେଣୁ ଘରର ମୁଖ୍ୟ ଦ୍ୱାର ରେ ଥିବା କବାଟ କୁ ସଫା ସୁତୁରା ଏବଂ ଠିକ ଭାବରେ ଲଗାଇବା ଉଚିତ ।
୨. ବନ୍ଧୁଗଣ ଦ୍ୱିତୀୟ ରେ ହେଉଛି ଘରର ମୁଖ୍ୟ ଦ୍ୱାର କୁ ସଜାଇବା ପାଇଁ ବିଭିନ୍ନ ଫୁଲ ର ଗଛ ଲଗାଇବା ଉଚିତ । କିନ୍ତୁ ଗୋଲାପ ଭଳି କଣ୍ଟା ଜାତୀୟ ଗଛ କୁ ଲଗାଇବା ଉଚିତ ନୁହେଁ ସର୍ଵଦା ଭଲ ଏବଂ ବିନା କଣ୍ଟା ଥିବା ଗଛ ଲଗାଇବା ଉଚିତ ଏବଂ ଘରର ବାସ୍ତୁ କୁ ଠିକ ରଖିବା ପାଇଁ ଘର ବାହାରେ ତୁଳସୀ ଗଛ ଲଗାଇବା ଉଚିତ ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସେ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।
୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଘରର ପ୍ରବେଶ ଦ୍ୱାର ରେ କେବେବି ଡଷ୍ଟବିନ୍ ରଖିବା ଉଚିତ ନୁହେଁ । ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଘରର ବାହାରେ ଡଷ୍ଟବିନ୍ ରଖନ୍ତି ଏବଂ ଅଳିଆ ଆବର୍ଜନା ପକାଇ ଥାଆନ୍ତି ।
ଏହା ସତ ଯେ ଘର ବାହାରେ ଦଷ୍ଟବିନ ରଖିବା ଆବଶ୍ୟକ । କିନ୍ତୁ ଆପଣ ଯଦି ଦକ୍ଷିଣ ପଶ୍ଚିମ ଦିଗ ରେ ଏହାକୁ ରଖିବେ ତେବେ ଏହା ସର୍ବୋତ୍ତମ ହୋଇଥାଏ । ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଡଷ୍ଟବିନ୍ କୁ ଘରର ମୁଖ୍ୟ ଦ୍ୱାର ଠାରୁ ଦୂରରେ ରଖନ୍ତୁ ।
୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଘରର ମୁଖ୍ୟ ଦ୍ୱାର ରେ କେବେବି ଆଇନା ଅଥବା କୌଣସି କାଚ ପଦାର୍ଥ ଲଗାଇବା ଉଚିତ ନୁହେଁ । କାରଣ ଏହା ମଧ୍ୟ ଦେଇ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ସକାରାତ୍ମକ ଶକ୍ତି ଆପଣଙ୍କ ଘରୁ ବାହାରକୁ ଚାଲିଯାଏ । ତେଣୁ ଏପରି କରନ୍ତୁ ନାହିଁ । ଏହା ଅନୁଚିତ ଅଟେ ।