IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁରୁଷଙ୍କ ପାଦ କହିଥାଏ ସେମାନେ ଭାଗ୍ୟଶାଳୀ କି ନୁହେଁ, ଜାଣନ୍ତୁ କିପରି

କୌଣସି ବ୍ଯକ୍ତିମାନଙ୍କର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ଯତ ବ୍ଯତୀତ ଦୈନନ୍ଦିନ ଅଭ୍ଯାସକୁ ଜାଣିବା ପାଇଁ ଜ୍ଯୋତିଷ ଗ୍ରନ୍ଥ ବ୍ଯତୀତ ଶାସ୍ତ୍ରରେ ମଧ୍ଯ ବିଶେଷ ସଂକେତ ଉଲ୍ଲେଖ କରାଯାଇଛି। କେଉଁ ସଂକେତ ସାହାଯ୍ଯରେ ପୁରୁଷ ବ୍ଯକ୍ତି ଭାଗ୍ଯଶାଳୀ କି ନାହିଁ ତାହା ଭବିଷ୍ଯ ପୁରାଣରେ ଉଲ୍ଲେଖ କରାଯାଇଛି। ଏହି ପୁରାଣର ବ୍ରାହ୍ମ ପର୍ବରେ ପୁରୁଷଙ୍କ ଶୁଭ-ଅଶୁଭ ଲକ୍ଷଣ ବର୍ଣ୍ଣନା କରାଯାଇଛି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପୁରୁଷଙ୍କର ଏହି ସବୁ ଲକ୍ଷଣ ବିଷୟରେ।

-ବ୍ରାହ୍ମ ପର୍ବରେ ବ୍ରହ୍ମା ସୁମନ୍ତୁ ମୁନିଙ୍କୁ କହିବା ଅନୁଯାୟୀ ଯେଉଁ ପୁରୁଷଙ୍କ ପାଦ କୋମଳ, ନାଲି, ସୁନ୍ଦର ଏବଂ ଝାଳ ବାହାରି ନଥାଏ ସେହି ବ୍ଯକ୍ତିମାନେ ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି। ଏହି ସମସ୍ତ ଲକ୍ଷଣ ଶୁଭ ହୋଇଥାଏ।

-ଯେଉଁ ପୁରୁଷମାନଙ୍କ ପାଦ ଶୁଭ ଲକ୍ଷଣ ହୋଇଥାଏ ଏବଂ ପାଦରେ ନାଡି ବା ଦାଗ ବି ଦେଖାଯାଇନଥାଏ, ସେହି ବ୍ଯକ୍ତିମାନେ ଭାଗ୍ଯଶାଳୀ ହୋଇଥାନ୍ତି।

-ଯେଉଁ ପୁରୁଷ ବ୍ଯକ୍ତିମାନଙ୍କ ପାଦ ତଳେ ଅଂକୁଶ ଚିହ୍ନ ହୋଇଥାଏ, ସେମାନେ ସର୍ବଦା ସୁଖୀ ଏବଂ ଧନୀ ହୋଇଥାନ୍ତି।

-ଯଦି କୌଣସି ପୁରୁଷ ବ୍ଯକ୍ତିଙ୍କ ପାଦ ପଦ୍ମ ଫୁଲ ଭଳି କୋମଳ ହୋଇଥାଏ, ପାଦର ଆଙ୍ଗୁଠି ପରସ୍ପର ମିଶି ରହିଥାନ୍ତି ବା ସୁନ୍ଦର ହୋଇଥାଏ, ସେହି ବ୍ଯକ୍ତିମାନଙ୍କୁ ଭାଗ୍ଯ ସର୍ବଦା ସାଥ୍ ଦେଇଥାଏ। ପ୍ରତ୍ଯେକ କାମ ସଫଳ ହୋଇଥାଏ।

feet1-ସେହିପରି ଯେଉଁ ପୁରୁଷମାନଙ୍କ ପାଦ ଶୁଷ୍କ, ନଖ ଧଳା ଏବଂ ଆଙ୍ଗୁଠି ଗୁଡିକ ଅବ୍ଯବସ୍ଥିତ ହୋଇତାଏ ସେହି ବ୍ଯକ୍ତିମାନଙ୍କୁ ଗରିବର ସାମ୍ନା କରିବାକୁ ପଡ଼ିଥାଏ।

-ଯେଉଁ ପୁରୁଷମାନଙ୍କ ପାଦ ତଳ କଳା ହୋଇଥାଏ ସେହି ବ୍ଯକ୍ତିମାନେ ଜୀବନରେ ଅଧିକ ଦୁଃଖୀ ହୋଇଥାନ୍ତି।

-ସେହିପରି ଯେଉଁ ବ୍ଯକ୍ତିମାନଙ୍କ ପାଦ ତଳ ହଳଦିଆ ହୋଇଥାଏ ସେହି ବ୍ଯକ୍ତିମାନେ ଖରାପ କାମ କରିବା ସହ ବିଭିନ୍ନ ରୋଗ ପାଇଁ ଚିନ୍ତିତ ରହିଥାନ୍ତି।

-ଏହାବ୍ଯତୀତ ଯେଉଁ ପୁରୁଷମାନଙ୍କ ପାଦ ଆଙ୍ଗୁଠି ମୋଟା ହୋଇଥାଏ ସେମାନେ ଗରିବ ହୋଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button