ମନୋରଞ୍ଜନ

ମିଠାର ରାଜା ରସଗୋଲାକୁ ବନାନ୍ତୁ ଏମିତି, ପାଟିରୁ ଛାଡିବନି ସ୍ୱାଦ

ଆପଣଙ୍କୁ ତ ରସଗୋଲାର ସ୍ୱାଦ ଜଣାଥିବ। ରସଗୋଲାର ମିଠା ସ୍ୱାଦ ସବୁ ଲୋକଙ୍କୁ ପସନ୍ଦ। ରସଗୋଲାକୁ ମିଠାମାନଙ୍କର ରାଜା କୁହାଯାଏ। ବହୁତ ଲୋକଙ୍କର ଇଚ୍ଛା ଥାଏ ଏହାକୁ ଘରେ ପ୍ରସ୍ତୁତ କରି ଖାଇବା ପାଇଁ କିନ୍ତୁ କେମିତି ବନାଇବେ ଏହା ଭାବି ରହିଯାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାକୁ ଟେଷ୍ଟୀ ରସଗୋଲା ବନାଇବାର ବିଦ୍ଧି।

ଆବଶ୍ୟକ ସାମଗ୍ରୀ

କ୍ଷୀର- ୧ ଲିଟର
ଚିନି – ୩୦୦ ଗ୍ରାମ
ଲେମ୍ବୁ ରସ – ୫ ଏମଏଲ
ଗୋଲାପ ସିରକା – ୩ ବୁନ୍ଦା
ପାଣି – ୧ ଲିଟର

rasgolaପ୍ରସ୍ତୁତ ପ୍ରଣାଳୀ

ରସଗୋଲା ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ପାଣି ନେଇ ଚିନି ପକାଇ ଫୁଟାନ୍ତୁ। ଏହାପରେ କ୍ଷୀରକୁ ମଧ୍ୟ ଫୁଟାନ୍ତୁ। ଏବେ ଫୁଟୁଥିବା କ୍ଷୀରରେ ଲେମ୍ବୁ ରସ ମିଶାଇ କ୍ଷୀରକୁ ଛିଡାଇ ଛେନା ବନାନ୍ତୁ। ଏହାପରେ ତଳକୁ ଓହ୍ଲାଇ ଏକ ସୂତା କପଡାରେ ଛାଣି ଦିଅନ୍ତୁ। ଛେନାରୁ ଭଲଭାବେ ପାଣି ବାହାର କରିଦିଅନ୍ତୁ। ଏବେ ଏହି ଛେନାକୁ ଚକଟନ୍ତୁ। ଭଲଭାବେ ମସକା ଦେଇ ଏହାକୁ ଗୋଲ ଗୋଲ ଆକାରରେ ବନାନ୍ତୁ। ଏବେ ଏହାକୁ ଫୁୂଟାଇ ରଖିଥିବା ଚିନି ସିରାରେ ପକାଇ ୧୫ ମିନିଟ୍‌ ଫୁଟାନ୍ତୁ। ଏହାପରେ ଆଞ୍ଜକୁ ବନ୍ଦ କରି ଥଣ୍ଡା ହେବା ପାଇଁ ରଖନ୍ତୁ। ଏହାକୁ ପାଖାପାଖି ୨ ଘଣ୍ଟା ପଯ୍ୟର୍ନ୍ତ ଥଣ୍ଡା କରିବାକୁ ଦିଅନ୍ତୁ। ଏହାକୁ ଦେବା ପୂର୍ବରୁ ସିରାରେ ନିଶ୍ଚୟ ଭିଜାନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button